ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

‘ସେ ମୋ ସ୍ତ୍ରୀ, ଆଉ କାହାର ହୋଇପାରିବନି’… ୮ ବର୍ଷର ନାଟକ ଶେଷ, ବେଦୀରେ ବସିଲେ ସୁଚିତ୍ର-ସ୍ବାଗତିକା

ଭୁବନେଶ୍ବର ୧୦।୧୨: ଚାରି ଥର ବାହାଘର ଭାଙ୍ଗିବା ପରେ ଶେଷରେ ନିଜ ସ୍ତ୍ରୀର ହାତ ଧରିଲେ ଯୁବକ। ତାହା ପୁଣି ପରିବାର ଲୋକଙ୍କ ସହଯୋଗରେ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲାରେ।

ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ କେନ୍ଦ୍ରାପଡ଼ା ରାଜନଗର ଥାନା କେରଡ଼ାଗଡ଼ ସ୍ଥିତ ନୂଆଗାଁର ସୁଚିତ୍ର ରାଉତ ପଟ୍ଟାମୁଣ୍ଡାଇରେ ପାଠ ପଢ଼ୁଥିଲେ। ଏହି ସମୟରେ ପଟ୍ଟାମୁଣ୍ଡାଇ ତନୁପୁର ଗାଁର ସ୍ବାଗତିକାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହାପରେ ଉଭୟ ବିବାହ କରିବାର ପ୍ରତିଶ୍ରୁତି ନେଇଥିଲେ । ୨୦୧୨ ଅଗଷ୍ଟରେ ଦୁହେଁ ପ୍ରଥମେ ମନ୍ଦିର ଓ ପରେ ନୋଟାରୀରେ ବିବାହ କରିଥିଲେ ।

ଏହାପରେ ସୁଚିତ୍ର ୨୦୧୪ ମସିହାରେ ଗାଁ ଛାଡି କଟକ ପଳାଇ ଆସିଥିଲେ । କିଛି ବର୍ଷ ଉଭୟଙ୍କ ମଧ୍ୟରେ ସବୁକିଛି ଠିକଠାକ୍ ଚାଲିଥିଲା । ୨୦୧୮ ମସିହାରେ ସ୍ବାଗତିକାଙ୍କ ସ୍କୁଲରେ ଚାକିରୀ ହୋଇଯାଇଥିଲା । ଫଳରେ ସେ କୋରାପୁଟ ବୋରିଗୁମ୍ମାକୁ ପଳାଇ ଯାଇଥିଲେ । ୨୦୧୯ ଜୁନ୍‌ ମାସରେ ସ୍ବାଗତିକା ବାପ ଘରକୁ ଯାଇ ଆଉ ଫେରି ନଥିଲେ । ଏଭଳି ସ୍ଥିତିରେ ସ୍ତ୍ରୀକୁ ଫେରାଇ ଆଣିବାକୁ ସୁଚିତ୍ର ୨୦୧୯ ଡିସେମ୍ବର ମାସରେ କେନ୍ଦ୍ରାପଡ଼ା ଫ୍ୟାମିଲି କୋର୍ଟରେ କେସ୍‌ କରିଥିଲେ ।

ଏ ଭିତରେ ସ୍ବାଗତିକା ଲୁଚିକରି ବାହା ହେବାକୁ ଅନେକ ଥର ଚେଷ୍ଟା କରିଥିଲେ । ମାତ୍ର ଯେଉଁଠି ବାହାଘର ହେଉଥିଲା ସୁଚିତ୍ର ସେଠାରେ ଯାଇ ପହଞ୍ଚି ଯାଉଥିଲେ । ଏହାସହ ବାହାଘର ଭାଙ୍ଗୁଥିଲେ । ଗତ ଜୁନ୍‌ ୨୫ରେ ଚତୁର୍ଥ ଥର ବିବାହ କରୁଥିବା ବେଳେ ଚନ୍ଦ୍ରଶେଖରପୁର ସ୍ଥିତ ଏକ ତାରକା ପହଞ୍ଚି ବାହାଘର ଭାଙ୍ଗିବା ସହ ଘଟଣାସ୍ଥଳରେ ଉତ୍ପାତ କରିଥିଲେ ସୁଚିତ୍ର । ଉଭୟଙ୍କ ବାହାଘର ପାଇଁ ପୋଲିସ ଉଦ୍ୟମ କରି ବିଫଳ ହୋଇଥିଲା ।

ତେବେ ପଞ୍ଚମ ଥର ବାହାଘରର ଯୋଜନା କରୁଥିବା ନେଇ ସୁଚିତ୍ର ଖବର ପାଇ ଶ୍ବଶୁର ଘରେ ପହଞ୍ଚିଯାଇଥିଲେ। ଏଭଳି ବାରମ୍ବାର ବାହାଘର ଭାଙ୍ଗିବା ପରେ ଶ୍ବଶୁର ଘରଲୋକ ଅତିଷ୍ଠ ହୋଇଯାଇଥିଲେ । କିଛି ଉପାୟ ନପାଇ ଉଭୟଙ୍କ ବାହାଘର ପାଇଁ ରାଜି ହୋଇଥିଲେ । ଶେଷରେ ସୁଚିତ୍ର ପୁଣି ଥରେ ସ୍ବାଗତିକାଙ୍କ ସହ ବିବାହ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ