ଦେଶ ବିଦେଶ ମନୋରଞ୍ଜନ

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଦୀପିକା ପାଦୁକୋନ୍‌, ୟୁଜର୍ସ କହିଲେ- ଏ ବିକିନିର ଫୁଲ୍‌ ଭର୍ସନ୍‌ କି ?

ନୂଆଦିଲ୍ଲୀ ୦୯।୦୨: ବର୍ତ୍ତମାନ ଗେହରାଇୟାଁର ପ୍ରମୋସନ ପାଇଁ ଅଭିନେତ୍ରୀ ଦୀପିକା ଓ ଅନନ୍ୟା ଇଭେଣ୍ଟରେ ପହଞ୍ଚିଥିଲେ । ସେଠାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ତାଙ୍କ ନୂଆ ଗେଟଅପ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ଲାଗି ରହିଛି। ଆଗରୁ ରଣବୀରଙ୍କ ପୋଷାକ ପାଇଁ ଦୀପିକା ପାଦୁକୋନଙ୍କ ସ୍ୱାମୀ ରଣଭୀର ସିଂ ସବୁବେଳେ ଟ୍ରୋଲର ଟାର୍ଗେଟରେ ରୁହନ୍ତି । ବର୍ତ୍ତମାନ ଏବେ ଦୀପିକା ମଧ୍ୟ ଟାର୍ଗେଟ୍‌କୁ ଆସିଛନ୍ତି । ଦୀର୍ଘ ସମୟ ପରେ ଦୀପିକା ପାଦୁକୋନଙ୍କୁ ନିଜ ପୋଷାକ ପାଇଁ ଟ୍ରୋଲ ଶିକାରକୁ ଆସିଛନ୍ତି।

ବାସ୍ତବରେ, ଏହି ଫିଲ୍ମର ପ୍ରମୋସନ ପାଇଁ ଦୀପିକା ପାଦୁକୋନ୍ ଏକ ସ୍ୱିମ୍ସୁଟ୍ ଡିଜାଇନ୍ ବଡି ସୁଟ୍ ଏବଂ ଡେନିମ୍ ଜୋଗର୍ ପିନ୍ଧିଥିଲେ। ଅଭିନେତ୍ରୀଙ୍କ ଏହି ନୂଆ ଷ୍ଟାଇଲ୍‌ ଅନେକ ଲୋକଙ୍କୁ ଅସନ୍ତୋଷ କରାଇଛି। ଦୀପିକାଙ୍କର ଏହି ଡ୍ରେସ୍‌ ପାଇଁ ଟ୍ରୋଲର୍ସଙ୍କ ଶିକାର ହେବାକୁ ପଡିଛି । ଏହି ଫଟୋ ବା ଭିଡିଓକୁ ସୋସିଆଲ ମିଡିଆରେ ଦେଖି ଲୋକମାନେ ଦୀପିକା ପାଦୁକୋନଙ୍କୁ ଖୁବ୍‌ ଟ୍ରୋଲ କରୁଛନ୍ତି ।

ୟୁଜର୍ସମାନେ କହିଛନ୍ତି ଯେ ସମୟର ଗତି ସହିତ ଦୀପିକା ପାଦୁକୋନଙ୍କ ଡ୍ରେସିଂ ସେନ୍ସ ମଧ୍ୟ ଖରାପ ହେଲାଣି। ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, ଦୀପିକା ବର୍ତ୍ତମାନ ଉର୍ଫିଙ୍କ ସହ ବନ୍ଧୁ ହୋଇଯାଇଛନ୍ତି ବୋଧେ ।ଜଣେ ଜଣେ ଲେଖିଛନ୍ତି ଦୀପିକାଙ୍କୁ ଏହି ବିକିନିର ଉପର ଭର୍ସନ ଡ୍ରେସ୍‌କୁ କିଏ ଦେଇଛି? ଦୀପିକା ପାଦୁକୋନଙ୍କ ଏହି ପୋଷାକ ଉପରେ ଏଭଳି ଅନେକ ମନ୍ତବ୍ୟ ଆସିଛି।

ଗେହରାୟାନ ଫିଲ୍ମ ବିଷୟରେ କହିବାକୁ ଗଲେ ଏହାକୁ ଶକୁନ ବତ୍ରାଙ୍କ ନିର୍ଦ୍ଦେଶନା ଦେଇଛନ୍ତି। ଦୀପିକା ପାଦୁକୋନଙ୍କ ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛନ୍ତି। ଗେହରାୟାଁନ୍‌ ୧୧ ଫେବୃଆରୀ ୨୦୨୨ ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ