କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ସୋମବାରଠୁ ସମସ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର : କୋଭିଡ୍ କଟକଣା ଅନୁଯାୟୀ ଦର୍ଶନ, ଉଠିବ ଭକ୍ତଙ୍କ ଫଟୋ

ପୁରୀ,୨୨/୦୮: ଦୀର୍ଘ ୪ ମାସର ବ୍ୟବଧାନ ପରେ ସୋମବାର ଠାରୁ ମହାପ୍ରଭୁଙ୍କ ଦର୍ଶନ କରିବେ ସର୍ବସାଧାରଣ। ରାଜ୍ୟ ଏବଂ ରାଜ୍ୟ ବାହାର ଭକ୍ତ ମାନେ କୋଭିଡ୍ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ଡବଲଡୋଜ ରିପୋର୍ଟ ଦେଖାଇ କରିଵେ ଦର୍ଶନ। ପ୍ରଥମେ ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ପରେ ସୋମବାରଠାରୁ ସର୍ବସାଧାରଣ ଦର୍ଶନ କରି ପାରିବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ସ୍ୱତନ୍ତ୍ର ଏସଓପି ଅନୁଯାୟୀ କୋଭିଡ୍ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତି କରାଯାଇଛି।

୪ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ସର୍ଵସାଧାରଣ ଭକ୍ତ। କୋଭିଡ୍ କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହୋଇଥିବା ରାଜ୍ୟ ଏବଂ ରାଜ୍ୟ ବାହାରର ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ତେବେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ଏସଓପି ଓ କୋଭିଡ୍ କଟକଣା ଅନୁଯାୟୀ ଦର୍ଶନ ହେବ। ରାଜ୍ୟ ଏବଂ ରାଜ୍ୟ ବାହାରର ଭକ୍ତ ମାନେ ସର୍ବାଧିକ ଚାରିଦିନ ପୂର୍ବର କୋଭିଡ୍ ଆରଟିପିସିଆର ନେଗେଟିଭ୍ କିମ୍ବା କୋଭିଡ ଡବଲଡୋଜ ସାର୍ଟିଫିକେଟ ଆଣି ଦର୍ଶନ କରିପାରିବେ। ଏହାଛଡା ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ହୋଇଥିବା ସ୍ୱତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ୱାରକୁ ଆସିବା ପରେ ଭକ୍ତମାନଙ୍କର ଫଟୋ ଉଠିବା ସହ ହାତକୁ ସାନିଟାଇଜ୍ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଦୀର୍ଘ ୪ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ହେବାକୁ ଥିବାରୁ ଭକ୍ତ ମାନେ ଵେଶ୍ ଉତ୍ସାହିତ।

ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ ଶ୍ରୀମନ୍ଦିର ଭିତରେ କୌଣସି ପ୍ରତିମାଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ। ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ଉପରେ କଟକଣା ଥିବାବେଳେ ଭକ୍ତମାନେ ପାର୍ସଲ ନେଇପାରିବେ। ଗୁଟଖା କିମ୍ବା ପାନ ଖାଇବା ଉପରେ ମଧ୍ୟ କଟକଣା ରହିଛି। ସିଂହଦ୍ଵାରରେ ପ୍ରବେଶ ଉତ୍ତରଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ଏସପି କହିଛନ୍ତି।

ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି ପ୍ରଶାସନ। ଶୃଙ୍ଖଳିତ ଓ ସୁରକ୍ଷା ବ୍ୟବସ୍ଥା ସହ ଦର୍ଶନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,