ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସୋମନାଥଙ୍କ ପେଣ୍ଟିଂ ନିଶା, ଡିମାଣ୍ତରେ ଟି-ପଏ ପଟ୍ଟଚିତ୍ର ପେଣ୍ଟିଂ

କଟକ: ବିନା ତାଲିମରେ କ୍ୟାନଭାସ୍‌ ପେଣ୍ଟିଂ, ପେନସିଲ୍‌ ପୋଟ୍ରେଟ୍‌ସ୍କେଚ୍‌, ବର୍ଜ୍ୟବସ୍ତୁରେ ପେଣ୍ଟିଂ, ମିନି ଆର୍ଟ, କଫି ପେଣ୍ଟିଂ, ପଟ୍ଟଚିତ୍ର, ଓଏଲ ପେଷ୍ଟାଲ ଥ୍ରିଡି ଆର୍ଟ ପେଣ୍ଟିଂ ପରି ଭଳି କି ଭଳି ଚିତ୍ର ଆଙ୍କୁଛନ୍ତି କଟକର ସୋମନାଥ ସାହୁ। ନିଜ ସୋସିଆଲ୍‌ ‌ମିଡିଆ ପେଜ୍‌ରେ ଏହି ଚିତ୍ରଗୁଡ଼ିକୁ ବିକ୍ରି ବି କରୁଛନ୍ତି। ଅନ୍‌ଲାଇନ୍‌ରେ ପେଣ୍ଟିଂ ଅର୍ଡର‌୍ ଆସୁଥିବା ବେଳେ ୭ଦିନ ମଧ୍ୟରେ ସେ ତାହାକୁ ପହଞ୍ଚାଇ ଦେଉଛନ୍ତି। ସେ ନିଜେ ଚିତ୍ର ଆଙ୍କିବା ସହ ୫୦ରୁ ଅଧିକ ପିଲାଙ୍କୁ ଚିତ୍ର ବି ଶିଖାଉଛନ୍ତି। ଖାନ୍‌ନଗର ଦେବୀସାହିର ଦୁର୍ଯ୍ୟୋଧନ ସାହୁ ଓ ଶାନ୍ତିଲତା ସାହୁଙ୍କ ପୁଅ ସେମାନାଥଙ୍କ ବୟସ ୨୩ ବର୍ଷ। ଜେକେବିକେ ‌କଲେଜର ଯୁକ୍ତ ଦୁଇ ପଢ଼ୁଥିବା ବେଳେ ଏବେ ଭୁବନେଶ୍ବରର ଧଉଳିଗିରିଠାରେ ଥିବା ଧଉଳି ଆର୍ଟ ଆଣ୍ତ କ୍ରାଫ୍ଟ କଲେଜର ଡିଗ୍ରିର ପ୍ରଥମବର୍ଷର ଛାତ୍ର। ୪ ବର୍ଷ ତଳେ ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିବା ‌‌ବେଳେ ଏବେ ଅନ୍‌ଲାଇନ୍‌ରେ କରୁଛନ୍ତି ପେଣ୍ଟିଂ ବ୍ୟବସାୟ। ପେଣ୍ଟିଂ ମଧ୍ୟରେ ରହିଛି- କାନଭାସ୍‌ ପେଣ୍ଟିଂ, ପେନସିଲ ପୋଟ୍ରେଟ୍‌ସ୍କେଚ୍‌ ପେଣ୍ଟିଂ, ବର୍ଜ୍ୟବସ୍ତୁରେ ପେଣ୍ଟିଂ ଯଥା-ବ୍ୟବହୃତ ବୋତଲରେ ପେଣ୍ଟିଂ, ମିନି ଆର୍ଟ ପେଣ୍ଟିଂ ଯଥା-ଲବଙ୍ଗ, ଗୁଜୁରାତି, ତେଜପତ୍ର, ଶଙ୍ଖ, ଗୋଡ଼ି, ଓସ୍ତପତ୍ର, ଶୁଆ ପର‌, ପଇଡ଼ଗୁଡ଼ିକରେ ଚିତ୍ର। ପଟ୍ଟଚିତ୍ର, କଫି ପେଣ୍ଟିଂ, ଓଏଲ ପେଷ୍ଟାଲ ଥ୍ରିଡି ଆର୍ଟ ପେଣ୍ଟିଂ। ଲକ୍‌ଡାଉନ୍‌ ସମୟରେ ଘରେ ବସି ରହୁଥିବ‌ାବେଳେ ନିଜ ସୋସିଆଲ ଯଥା- ଫେସବୁକ୍‌, ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ୍‌ରେ ଥିବା (ଆର୍ଟିଷ୍ଟିକ୍‌ ସୋମନାଥ) ପେଜ୍‌ରେ ନିଜ ସସମ୍ତ ପେଣ୍ଟିଂକୁ ଅପଲୋଡ୍ କରିବା ପରେ ହିଁ ତାଙ୍କୁ କଟକ ସମେତ ବାହାର ଅଞ୍ଚଳରୁ ମଧ୍ୟ ଅର୍ଡର ଆସିବା ଆରମ୍ଭ ହୋଇଥିଲା।

ଅନ୍‌ଲାଇନ୍‌ରେ ସ୍ବତନ୍ତ୍ର ଭାବେ ଟି-ପଏ ପଟ୍ଟଚିତ୍ର ପେଣ୍ଟିଂ, ପୋଟ୍ରେଟ୍‌ସ୍କେଚ୍‌ ପେଣ୍ଟିଂ, ବର୍ଜ୍ୟବସ୍ତୁରେ ପେଣ୍ଟିଂ ସେ ବିକ୍ରି କରିଥାନ୍ତି। ଏହା ସହ ଗ୍ରାହକଙ୍କ ପସନ୍ଦ ମୁତାବକ ପେଣ୍ଟିଂ ଓ ଗ୍ରାହକଙ୍କ ଫଟୋ ପେଣ୍ଟିଂର ମଧ୍ୟ ଅର୍ଡର ରଖିଥାନ୍ତି। ତାଙ୍କର ପେନସିଲ ପୋଟ୍ରେଟ୍‌ସ୍କେଚ୍‌ ପେଣ୍ଟିଂଗୁଡ଼ିକର ମୂଲ୍ୟ ୮ଶହ ଟଙ୍କାରୁ ଆରମ୍ଭ କରି ୪ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା‌‌‌ ବେଳେ ଟି-ପଏ ପଟ୍ଟଚିତ୍ର ପେଣ୍ଟିଂର ମୂଲ୍ୟ ୧୨ଶହ ଟଙ୍କା ରହିଛି। ସେହିପରି ବର୍ଜ୍ୟବସ୍ତୁରେ ପେଣ୍ଟିଂ ଡିଜାଇନ୍‌କୁ ନେଇ ଦର ରହିଛି। ଅର୍ଡର କଲେ ସାତ ଦିନ ମଧ୍ୟରେ ପେଣ୍ଟିଂ ଡେଲିଭରି କରିବାର ସୁବିଧା ରହିଥିବାବେଳେ ଆଜିକୁ ୧ଶହରୁ ଅଧିକ ଅର୍ଡର ଆସିଥିବା ସେ କହିଛନ୍ତି। ଚିତ୍ର ଆଙ୍କିବା ସହ ପ୍ରଥମଶ୍ରେଣୀରୁ ଆରମ୍ଭ କରି ଯୁକ୍ତ ଦୁଇ ଯାଏ ୫୦ରୁ ଅଧିକ ପିଲାଙ୍କୁ ଚିତ୍ର ଆଙ୍କିବା ନେଇ ସେ ତାଲିମ ଦେଉଛନ୍ତି। ଏ ନେଇ ସୋମନାଥ କହନ୍ତି, ଛୋଟ ବେଳୁ ବାପାଙ୍କୁ ଚିତ୍ର ଆଙ୍କିବା‌ର ଦେଖିଆସିଛି। ନିଜେ ମଧ୍ୟ ଧୀରେ ଧୀରେ ଚିତ୍ର ଆଙ୍କିବା ଆରମ୍ଭ କଲି। ଆଜିକୁ ୪ ବର୍ଷ ହେବ ଏହି ଚିତ୍ର ଆଙ୍କିବା ପାଇଁ ସମୟ ଦେଇ ଆସୁଛି। ଲକ୍‌ଡାଉନ୍‌ ସମୟରେ ଘରେ ରହି ଏହି ଚିତ୍ର ଆଙ୍କି ଏହାକୁ ମୋ ସୋସିଆଲ ମିଡିଆ ପେଜ୍‌ରେ ଅପଲୋଡ୍‌ କଲି। ପ‌ରେ ଏହି ଚିତ୍ରକୁ ଲୋକେ ଅଧିକ ମାତ୍ରାରେ ପସନ୍ଦ କରିବା ଆରମ୍ଭ କଲେ। ପରେ ଏହାକୁ ବିକ୍ରି ମଧ୍ୟ କରିବା ଆରମ୍ଭ କଲି। ନିଜେ ଚିତ୍ର ଆଙ୍କିବା ସହ ପିଲାଙ୍କୁ ମଧ୍ୟ ଚିତ୍ର ଆଙ୍କିବା ଶିଖାଉଛି। ଆଗାମୀ ଦିନରେ ଏହି ପେଣ୍ଟିଂ କରିବା ବଜାୟ ରଖିବା ସହ ନିଜର ଏକ ଆର୍ଟ ଇନଷ୍ଟିଚ୍ୟୁଟ୍‌ କରି ପିଲାଙ୍କୁ ମାଗଣାରେ ଚିତ୍ର ଶିଖାଇବାକୁ ଲକ୍ଷ୍ୟ ରଖିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ