ମ୍ବାଇ ୦୭।୦୬ : ବଲିଉଡ୍ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ସୋନା ସୋସିଆଲ୍ ମିଡିଆ ଖୁବ୍ କମ୍ ଆକ୍ଟିଭ୍ ରୁହନ୍ତି । ନିକଟରେ ବିବାହ ଋତୁ ଚାଲିଥିବା ବେଳେ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । କୁହାଯାଉଥିଲା କି ସେ ଖୁବ୍ ଶୀଘ୍ର ବିବାହ କରି ପାରନ୍ତି । କିନ୍ତୁ ଏବେ ତାଙ୍କ ପ୍ରେମ ଜୀବନ ବିଷୟରେ ଖୁବ୍ ଆଲୋଚନା ଚାଲିଛି। ଗତ କିଛି ଦିନ ହେବ ଅଭିନେତା ଜହିର ଇକବାଲଙ୍କ ସହ ଯୋଡା ଯାଉଛି। ଦୁହେଁ ସୋସିଆଲ ମିଡିଆରେ ଖୋଲାଖୋଲି ଭାବରେ ପରସ୍ପରକୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି। କୁହାଯାଉଛି କି ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି ହେଲେ ସେମାନଙ୍କ ତରଫରୁ କୌଣସି ସୂଚନା ମିଳି ନାହିଁ । ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ନେଇ ଦୁହିଁଙ୍କ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ନିକଟରେ ସୋନାକ୍ଷୀ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଅଭିନେତ୍ରୀଙ୍କ ଜନ୍ମଦିନରେ ଜହିର ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସୋନାକ୍ଷୀ ସିହ୍ନା ଏକ ଫ୍ଲାଇଟ୍ରେ ବସିଥିବା ବେଳେ ଜହିର ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି। ଭିଡିଓ କ୍ୟାପସନ ଲେଖିଛନ୍ତି, ‘ଜନ୍ମଦିନର ବହୁତ ଶୁଭେଚ୍ଛା … ମୋତେ ମାରି ନ ଥିବାରୁ ଧନ୍ୟବାଦ। ମୁଁ ତୁମକୁ ଭଲ ପାଏ … ଲଭ ୟୁ…। ଏହି ପୋଷ୍ଟ ପରେ ସୋନା ମଧ୍ୟ ଖୁବ୍ ସୁନ୍ଦର ଢଙ୍ଗରେ ରିପ୍ଲାଏ ଦେଇଛନ୍ତି। ଏହାକୁ ଦେଖିଲା ପରେ ଲାଗୁଛି ବୋଧ ହୁଏ ଦୁହେଁ ସମ୍ପର୍କକୁ ଖୋଲାଖୋଲି ଭାବେ ପ୍ରକାଶ କରୁଛନ୍ତି।
ଏହା ପୂର୍ବରୁ ଏକ ସାକ୍ଷାତକାରରେ ଜହିର ଇକବାଲ ତାଙ୍କର ଏବଂ ସୋନାକ୍ଷୀ ସିହ୍ନାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ। କହିଥିଲେ, ‘ଏହି ଗୁଜବ ଗୁଡିକ ବହୁତ ଦିନ ହେଲା ଚାଲିଛି । ହେଲେ ମୁଁ ଏସବୁ ଉପରେ ଧ୍ୟାନ ଦେଉ ନାହିଁ । କିନ୍ତୁ ଏସବୁରେ ସୋନାକ୍ଷୀ ସିହ୍ନା ଏ ପର୍ଯ୍ୟନ୍ତ ଚୁପ୍ ରହିଛନ୍ତି।