ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସେଲ୍ ଭିତରେ ଜନତା ଦରବାର, ପୁଣି ଭାଇରାଲ ହେଲା ସତ୍ଯେନ୍ଦ୍ର ଜୈନଙ୍କ ଭିଡିଓ

ନୂଆଦିଲ୍ଲୀ: ବିବାଦ ଓ ସତ୍ଯେନ୍ଦ୍ର ଜୈନ୍ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନଙ୍କ ପିଛା ଛାଡ଼ୁନି ବିବାଦ । ତିହାର ଜେଲ୍ ଭିତରର ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ସତ୍ଯେନ୍ଦ୍ର ଜୈନ୍ ସେଲ୍ ଭିତରେ ପୂର୍ବ ଜେଲ୍ ଅଧିକ୍ଷକ ଅଜିତ୍ କୁମାରଙ୍କ ସହିତ ବୈଠକ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ସେପ୍ଟେମ୍ବର 10 ତାରିଖର । ସେହି ସମୟରେ ଅଜିତ୍ କୁମାର ଜେଲ୍ ସୁପରିଟେଣ୍ଡେଣ୍ଟ୍ ଦାୟିତ୍ବରେ ରହିଥିଲେ । ଏହା ସହିତ ସେଲ୍ ଭିତରେ ସତ୍ଯେନ୍ଦ୍ର ଜୈନ୍ କିଛି ଲୋକଙ୍କ ସହିତ ବୈଠକ କରୁଥିବା ଦେଖିବାକୁ ମଧ୍ୟ ମିଳିଛି ।

ମନି ଲଣ୍ଡ୍ରିଂ ମାମଲାରେ ଗରିଫ ହୋଇ ତିହାର ଜେଲରେ ଥିବା ଆପ୍ ମନ୍ତ୍ରୀ ସତ୍ଯେନ୍ଦ୍ର ଦିନକୁ ଦିନ ରାଜନୀତିର ଅଡୁଆ ସୂତା ଭିତରେ ଛନ୍ଦି ହୋଇଯାଉନ୍ତି । ସେଲ୍ ଭିତରର ଗୋଟିଏ ପରେ ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମସାଜ ପରେ ଏବେ ଜେଲ୍ ଭିତରେ ଜନତା ଦରବାର ବସାଇଥିବା ଭିଡିଓ ନଜରକୁ ଆସିଛି । କିଛି ଲୋକଙ୍କ ସହିତ ବୈଠକ ବେଳର ଭିଡିଓ ଭାଇରାଲ ହୋଇଛି । ସତ୍ଯେନ୍ଦ୍ର ଜୈନ ପୂର୍ବତନ ଜେଲ୍ ଅଧିକ୍ଷକଙ୍କ ଅଜିତ୍ କୁମାରଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି ।

ସେଲ୍ ଭିତରେ ସତ୍ଯେନ୍ଦ୍ର ଜୈନଙ୍କ ଏହି ସିସିଟିଭି ଫୁଟେଜ୍ ସେପ୍ଟେମ୍ବର 10 ତରିଖ ବୋଲି ଜଣାପଡ଼ିଛି । ସେତେବେଳେ ଅଜିତ୍ କୁମାର ଜେଲ୍ ଅଧିକ୍ଷକ ଦାୟିତ୍ବରେ ଥିଲେ । ସତ୍ଯେନ୍ଦ୍ରଙ୍କ ଏହି ଭିଡିଓ ବିଜେପି ନେତା ହରିଶ୍ ଖୁରାନା ନିଜ ଟ୍ବିଟରେ ପୋଷ୍ଟ କରିଛନ୍ତି । ଏହା ପୂର୍ବରୁ ସତ୍ଯେନ୍ଦ୍ର ଜୈନଙ୍କୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ ମସାଜ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ଦିଳ୍ଲୀ ସରକାରଙ୍କୁ ଘେରିଥିଲା ଭାରତୀୟ ଜନତା ପାର୍ଟି । ହେଲେ ଏହାକୁ କାଉଣ୍ଟର କରି ଏହା ଏକ ପ୍ରକାରର ଚିକିତ୍ସା ବୋଲି ସଫେଇ ଦେଇଥିଲା ଆପ୍ ।

ମନି ଲଣ୍ଡ୍ରିଂ ମାମଲାରେ ଗରିଫ ହୋଇ ତିହାର ଜେଲରେ ଅଛନ୍ତି ସତ୍ଯେନ୍ଦ୍ର ଜୈନ୍ । ଜେଲ୍ ତାଙ୍କୁ ବିଶେଷ ସୁବିଧା ମିଳୁଛି ବୋଲି ଅଭିଯୋଗ ହୋଇଥିଲା । ଏହା ପରେ ଜେଲ୍ ଅଧିକ୍ଷକ ସସପେଣ୍ଡ ହୋଇଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ