ଦେଶ ବିଦେଶ ମନୋରଞ୍ଜନ

ସେଲିବ୍ରିଟି ସିଙ୍ଗର ନେହା କକ୍କଡଙ୍କୁ ଆଉ ଏକ ସଫଳତା, ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ପାଇବାରେ ଭାରତର ପ୍ରଥମ ଗାୟିକା

ନୂଆଦିଲ୍ଲୀ ୦୮/୦୧ : ବଲିଉଡ କଣ୍ଠଶିଳ୍ପୀ ନେହା କକ୍କଡ ପୁଣି ଖବରରେ । ସେଲିବ୍ରିଟି ସିଙ୍ଗର ସଫଳତାର ଆଉ ଏକ ମୁକୁଟ ପିନ୍ଧିଛନ୍ତି ଆଉ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନେହାଙ୍କ ଏହି ସଫଳତା ବେଶ ନିଆରା । ସଫଳତା ଲାଗି କ୍ରମାଗତ ଭାବରେ ଇତିହାସ ସୃଷ୍ଟି କରିଚାଲିଛନ୍ତି ନେହା । ପ୍ରଥମେ ସେ ଭାରତର ପ୍ରଥମ କଣ୍ଠଶିଳ୍ପୀ ଭାବେ ଇନଷ୍ଟାଗ୍ରାମରେ କରିଥିଲେ ରେକର୍ଡ । ଇନଷ୍ଟାଗ୍ରାମରେ ତାଙ୍କର ସବୁଠୁ ଅଧିକ ଫ୍ୟାନ୍ ବା ଫଲୋୟର । ଏବେ ନେହା ଆଉ ଏକ ନୂତନ ସଫଳତା ପାଇଛନ୍ତି ।

ନେହାଙ୍କୁ ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ଦିଆଯାଇଛି, ଯାହାକୁ ପାଇଥିବା ସେ ଭାରତର ପ୍ରଥମ କଣ୍ଠଶିଳ୍ପୀ ଅଟନ୍ତି । ନେହା ଏହି ଖୁସି ଖବର ତାଙ୍କ ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ତାଙ୍କୁ ଅନେକ ଶୁଭେଚ୍ଛା ମଧ୍ୟ ମିଳୁଛି ।

ନେହା ଇନଷ୍ଟାଗ୍ରାମରେ ଟ୍ରଫି ସହ ଫଟୋ ସେୟାର କରି ଲେଖିଛନ୍ତି, ‘ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ପାଇବାରେ ସେ ଏକମାତ୍ର ଭାରତୀୟ କଣ୍ଠଶିଳ୍ପୀ । ଏହା ମୋର ପରିବାରର ସହଯୋଗ ପାଇଁ ସମ୍ଭବ ହୋଇଛି । ଏଥିପାଇଁ ସେ ତାଙ୍କ ବାପା-ମା, ଭାଇ ଟୋନି କକ୍କଡ, ଭଉଣୀ ସୋନୁ କକ୍କଡଙ୍କୁ ଶ୍ରେୟ ଦେବାବେଳେ ଶ୍ରୋତାଙ୍କୁ ବି କ୍ରେଡିଟ୍ ଦେବାକୁ ଭୁଲି ନାହାଁନ୍ତି । ରୋହନପ୍ରୀତଙ୍କ ପାଇଁ ବି ଲେଖିଛନ୍ତି ନେହା… ପରିବାରର ନୂତନ ସଦସ୍ୟଙ୍କ ପାଇଁ ଅନେକ ଅନେକ ଭଲ ପାଇବା ।’

ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ କୌଣସି ଚ୍ୟାନେଲକୁ ସେତେବେଳେ ଦିଆଯାଏ , ଯେତେବେଳେ ତାହାର ଉପଭୋକ୍ତାଙ୍କ ସଂଖ୍ୟା ୧୦ମିଲିୟନ ହୋଇଯାଏ । ନେହାଙ୍କ ୟୁଟ୍ୟୁବ ଚ୍ୟାନେଲରେ ବର୍ତ୍ତମାନ ୧୧.୮ ମିଲିୟନ ୟୁଜର ଅଛନ୍ତି । ସେଥିଲାଗି ନେହାଙ୍କୁ ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ଦିଆଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ