ରାଜ୍ୟ ସ୍ପେଶାଲ ରିପୋର୍ଟ

ସେରସୁଆଁଗୁଡ଼ିଠାରେ ‘ହଁତା ପେଟି’ ଉଦ୍‌ଘାଟିତ

ବଲାଙ୍ଗୀର: ସମାଜରେ କିଛି ଅଭାବୀ ଲୋକ ରହିଛନ୍ତି ଓ ଆଉ କିଛି ଥିଲାବାଲା ଅଛନ୍ତି। କିଛିଲୋକଙ୍କ ଘରେ ବହୁତ କିଛି ବସ୍ତ୍ର ତଥା ଅନ୍ୟାନ୍ୟ ଜିନିଷ ରହିଥିବା ବେଳେ ଆଉ କିଛି ଲୋକ ଠିକ୍‌ରେ ପିନ୍ଧିବାକୁ ମଧ୍ୟ ପାଉନାହାଁନ୍ତି। ତେଣୁ ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନଙ୍କ ପାଇଁ ସ୍ଥାପନ କରାଯାଇଛି ‘ହଁତା ପେଟି’। ‘ଅଛେ ବଏଲେ ଦେଉନ, ନି ନ ବଏଲେ ନଉନ’ ଉଦ୍ଦେଶ୍ୟରେ ଏହାକୁ ସ୍ଥାନୀୟ ରୁଗୁଡ଼ିପଡ଼ା ସେରସୁଆଁଗୁଡ଼ିଠାରେ ଆରମ୍ଭ କରାଯାଇଛି। ସେରସୁଆଁଗୁଡ଼ିସ୍ଥିତ ରାହୁଲ ଚା’ ଦୋକାନରେ ବସୁଥିବା କିଛି ବୁଦ୍ଧିଜୀବୀ ସମାଜର ଅବହେଳିତ ବର୍ଗଙ୍କ ପାଇଁ ଚିନ୍ତା କରି ଏଭଳି ପଦକ୍ଷେପ ନେଇଛନ୍ତି। ଅନେକ ବଦାନ୍ୟ ବ୍ୟକ୍ତି ତାଙ୍କ ଘରେ ଥିବା କପଡ଼ା, ବହି, ଖାତା ତଥା ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣି ଏହି ହଁତା ପେଟିରେ ରଖୁଛନ୍ତି। ଯେଉଁ ଅଭାବୀ ଲୋକମାନଙ୍କର ଆବଶ୍ୟକ ସେମାନେ ଆସି ଏଠାରୁ ଜିନିଷପତ୍ର ନେଇକି ମଧ୍ୟ ଯାଉଛନ୍ତି। ଅଗଷ୍ଟ ୧୫ ତାରିଖରେ ୭୭ତମ ସ୍ବାଧୀନତା ଦିବସରେ ଏହାକୁ ଉଦ୍‌ଘାଟନ କରାଯାଇଛି। ବରିଷ୍ଠ ନାଗରିକ କୈଳାସ ଦାସ ଓ ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ ଏହାକୁ ଅନ୍ୟାନ୍ୟ ସଭ୍ୟମାନଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଜୟ ଭୋଇ, ଗଗନବିହାରୀ ମହାନ୍ତି, ଭାଗୀରଥି ମହାକୁର, ଶଶିଶେଖର ପଣ୍ତା, ପ୍ରଭାତ ସାହୁ, ଅରୁଣ ନାଏକ, ପ୍ରଦୀପ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ବିକାଶ ନନ୍ଦ, ଗଙ୍ଗୁ ହୋତା, ଟିନୁ ଅଲ୍ଲୀ, ଶଙ୍କରଲାଲ ବରାଇ, କ୍ଷୀରୋଦ୍ର ମିଶ୍ର, ଜୟକୃଷ୍ଣ ସାହୁ, ରଜନୀକାନ୍ତ ସେଠ, ନୟନ ମହାନ୍ତି, ଶିବାନନ୍ଦ ଦାସ, ସାମ୍ବାଦିକ ମନରଂଜନ ଯୋଷୀ, ପୂର୍ଣ୍ଣଚନ୍ଦ୍ର ପଣ୍ତା, ପ୍ରଦୀପ୍ତ ମିଶ୍ର, କାନନବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।