ଖେଳ ଦେଶ ବିଦେଶ

ସେବେ ସଚିନ ଆଉ ଏବେ ଉମ୍ରାନ୍ : ଦୁଇ ଷ୍ଟାର୍ ପ୍ଲେୟାରଙ୍କୁ ଷ୍ଟାଡିୟମରେ ଦେଖିବାକୁ ପସନ୍ଦ କରନ୍ତି ଗାଭାସ୍କର

ନୂଆଦିଲ୍ଲୀ ୧୪/୦୬: ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦୁଇଟି ଟି୨୦ ମ୍ୟାଚ୍ ହାରି ବ୍ୟାକଫୁଟରେ ରହିଛି । ମଙ୍ଗଳବାର ମ୍ୟାଚ୍ ହାରିଲେ ଦଳ ସିରିଜ୍ ହାତଛଡା କରିବ । ସିରିଜରେ ରହିବାକୁ ହେଲେ ତୃତୀୟ ମ୍ୟାଚ୍ ଦଳକୁ ଜିତିବାକୁ ହେବ ।ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ମହାନ ବ୍ୟାଟସମ୍ୟାନ୍ ସୁନିଲ ଗାଭାସ୍କର ଭାରତୀୟ ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି ।

ଗାଭାସ୍କର କହିଛନ୍ତି ଯେ, ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ହାରିଯାଇଛି । ତୃତୀୟ ମୁକାବିଲାରେ ଉମ୍ରାନ ମଲିକଙ୍କୁ ସୁଯୋଗ ଦେବା ଦରକାର । ସେ ପ୍ରଥମେ ସଚିନ ତେନ୍ଦୁଲକରଙ୍କୁ ପଡିଆରେ ଦେଖିବାକୁ ଉତ୍ସୁକତାର ସହ ଅନାଇ ରହୁଥିଲେ । ଏବେ ସେ ଉମ୍ରାନଙ୍କୁ ଦେଖିବାକୁ ଉଚ୍ଛା କରୁଛନ୍ତି । ତାଙ୍କୁ ସୁଯୋଗ ଦିଆଯିବା ଦରକାର । ପୂର୍ବରୁ ମଧ୍ୟ ଗାଭାସ୍କର ଲଗାତର ଭାବେ କାଶ୍ମୀରର ଏହି ବୋଲରଙ୍କୁ ପ୍ରଶଂସା କରି ଆସୁଛନ୍ତି ।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ରେ ଉମ୍ରାନ ଦମଦାର ପ୍ରଦର୍ଶନ କରିଥିଲେ । ତାଙ୍କ ବୋଲିଂ ଗତି ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ସେ ପୁରା ସିଜିନରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ବୋଲିଂ କରିଥିଲେ । ଯାହା ବିପକ୍ଷ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲା । ସବୁଠୁ ଅଧିକ ଓ୍ୱିକେଟ୍ ନେଇଥିବା ବୋଲର ତାଲିକାରେ ସେ ଚାରି ନମ୍ବର ସ୍ଥାନରେ ରହିଥିଲେ ।

ସେ ଗତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ । ମୋଟ୍ ୧୪ଟି ମ୍ୟାଚ୍ ଖେଳି ସେ ୨୨ଟି ଶିକାର କରିଥିଲେ । ୨୫ ରନରେ ୫ ଓ୍ୱିକେଟ୍ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ