ଧର୍ମ

ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, ଦେବଗୁରୁ ବୃହସ୍ପତିଙ୍କ ବକ୍ର ଗତିରେ ହୋଇପାରେ କ୍ଷତି

ନୂଆଦିଲ୍ଲୀ ୨୬/୦୭ : ଦେବଗୁରୁ ବୃହସ୍ପତି ବର୍ତ୍ତମାନ କୁମ୍ଭ ରାଶିରେ ବକ୍ର ଗତି କରୁଛନ୍ତି । ବୃହସ୍ପତି କୁମ୍ଭ ରାଶିରେ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ବକ୍ର ଗତି କରିବେ। ଏହା ପରେ ବୃହସ୍ପତି ମକର ରାଶିରେ ପ୍ରବେଶ କରିବେ । ଦେବଗୁରୁ ବୃହସ୍ପତିଙ୍କ ବକ୍ର ଗତି କିଛି ରାଶି ପାଇଁ ଶୁଭ ହେବ ନାହିଁ। ଏହି ରାଶିର ବ୍ୟକ୍ତିମାନଙ୍କୁ ବହୁତ ସତର୍କ ରହିବାକୁ ହେବ । ଆସନ୍ତୁ ଜାଣିବା ବୃହସ୍ପତିଙ୍କ ବକ୍ର ଗତି ଯୋଗୁଁ କେଉଁ ରାଶିର ବ୍ୟକ୍ତିମାନଙ୍କୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ ।

ମେଷ ରାଶି :

କାର୍ଯ୍ୟରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବେ । ଧନ-ହାନି ହୋଇପାରେ । ଏହି ସମୟରେ ଭାବି ଚିନ୍ତି ଧନ ଖର୍ଚ୍ଚ କରିବେ । ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ । ପରିବାରର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରନ୍ତୁ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ।

କର୍କଟ ରାଶି :

କର୍କଟ ରାଶିର ବ୍ୟକ୍ତି ମାନଙ୍କୁ ଏହି ସମୟରେ ସମସ୍ୟାର ସମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାଲଭାବରେ ଭାବି ଚିନ୍ତି କରିବେ । ଧନ ଲାଭ ହୋଇପାରେ କିନ୍ତୁ ଧନର ଅଧିକ ଖର୍ଚ୍ଚ କରିବେ ନାହିଁ ।

ସିଂହ ରାଶି :

ସିଂହ ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ କାହା ଉପରେ ଭରସା କରିବା କ୍ଷତି ହୋଇପାରେ । କାରବାର କରନ୍ତୁ ନାହିଁ । ଦାମ୍ପତ୍ତ୍ୟ ଜୀବନରେ ଅସନ୍ତୋଷ ଦେଖାଦେଇପାରେ । ଜୀବନ ସାଥି ସହିତ ସମୟ ଅତିବାହିତ କରନ୍ତୁ ।

ତୁଳା ରାଶି :

ତୁଳା ରାଶିର ବ୍ୟକ୍ତିଙ୍କର ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ । ଜୀବନସାଥି ସହିତ ଅସନ୍ତୋଷ ଦେଖା ଦେଇପାରେ । କରବାର କରନ୍ତୁ ନାହିଁ । ଏହି ସମୟ ବିନିଯୋଗ ପାଇଁ ଶୁଭ ହେବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ।

ମକର ରାଶି :

ମକର ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସମସ୍ୟାର ସମ୍ନା କରିବାକୁ ପଡିପାରେ । ଖର୍ଚ୍ଚରେ ବୃଦ୍ଧି ହୋଇପାରେ । ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ