ରାଜ୍ୟ

ସେପ୍ଟେମ୍ବରରୁ ଭୁବନେଶ୍ବରରେ ଆରମ୍ଭ ହେବ ଏୟାର କାର୍ଗୋ ସେବା

ଭୁବନେଶ୍ବର : ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ବର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହେବ। ସେଥିପାଇଁ ବିମାନବନ୍ଦରରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋର୍‌ସୋରରେ ଆଗେଇ ଚାଲିଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ ହେବ। ଏହାପରେ ବ୍ୟୁରୋ ଅଫ୍‌ ସିଭିଲ୍ ଆଭିଏସନ୍‌ର ଅଧିକାରୀମାନେ ପରିଦର୍ଶନରେ ଆସି ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଏହି ସବୁ କାର୍ଯ୍ୟ ଅଗଷ୍ଟ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ। ସେପ୍ଟେମ୍ବର ବେଳକୁ ବିମାନ ଜରିଆରେ ମାଲ୍‌ ପରିବହନ ସୁବିଧା ରାଜ୍ୟରୁ ଆରମ୍ଭ ହେବ ବୋଲି ଏମ୍ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର କହିଛନ୍ତି।

ଶୁକ୍ରବାର ୱାର୍ଲଡ୍‌ ଟ୍ରେଡ୍ ସେଣ୍ଟର୍‌ (ଡବ୍ଲୁଟିସି) ଭୁବନେଶ୍ବର ପକ୍ଷରୁ ଆୟୋଜିତ ବିଶ୍ବ ବାଣିଜ୍ୟ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଏୟାର କାର୍ଗୋ ସେବାକୁ ସୁଗମ କରିବା ଲାଗି ଇଣ୍ଡିଗୋ କାର୍ଗୋ ସହ ଆଲୋଚନା ହୋଇଛି। ଆଗାମୀ ଦିନରେ କଂପାନିର
ଅଧିକାରୀ ଓ ରାଜ୍ୟର ରପ୍ତାନିକାରୀମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ସେହିପରି, ପାରାଦୀପ ବନ୍ଦରରୁ କଣ୍ଟେନର ଜରିଆରେ ପରିବହନ ବ୍ୟବସ୍ଥା ଦୁର୍ବଳ ଥିବାରୁ ସେଠାରେ କଣ୍ଟେନର କାର୍ଗୋ ସେବା ଆରମ୍ଭ କରିବା ଯୋଜନା ରହିଛି। ‌ଆସନ୍ତା ଅଗଷ୍ଟ ୪ରେ ଏନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଦରକାର ପଡ଼ିଲେ ଛୋଟ ଜାହାଜରେ ପାରାଦୀପ ବନ୍ଦରରୁ ପଣ୍ୟ ନେଇ ଭାଇଜାଗ୍‌ରେ ଥିବା ବୃହତ ଜାହାଜରେ ଲୋଡିଂ କରାଯିବ ବୋଲି ସେ କହିଛନ୍

ଏହି ଅବସରରେ ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟର ମହା ନିର୍ଦ୍ଦେଶକ ସନ୍ତୋଷ ଷଡ଼ଙ୍ଗୀ କହିଛନ୍ତି ଯେ ୨୦୩୦ ସୁଦ୍ଧା ଦେଶର ରପ୍ତାନିକୁ ୨ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହି ଲକ୍ଷ୍ୟ ହାସଲ କରିବା ଲାଗି ସାମଗ୍ରୀ ଓ ସେବା ରପ୍ତାନିକୁ ଏକ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡ଼ିବ। ଏକ ଲକ୍ଷ କୋଟି ଡଲାର ସାମଗ୍ରୀ ରପ୍ତାନି ଲକ୍ଷ୍ୟ ହାସଲ କରିବା ଲାଗି ବାର୍ଷିକ ୧୨ ପ୍ରତିଶତ ହାରରେ ରପ୍ତାନି ବଢ଼ାଇବାକୁ ପଡ଼ିବ। ସେହିପରି, ସେବା ରପ୍ତାନିକୁ ଏକ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି ବାର୍ଷିକ ୧୬.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ସରକାର ଧାର୍ଯ୍ୟ କରିଥିବା ରପ୍ତାନି ଲକ୍ଷ ହାସଲ କରିବାରେ ଇଲେକ୍ଟ୍ରୋନିକ୍ସ ଓ ଅକ୍ଷୟ ଶକ୍ତି ଭଳି ଉଦୀୟମାନ କ୍ଷେତ୍ର ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଓଡ଼ିଶାରେ ଫାର୍ମାସ୍ୟୁଟିକାଲ୍ ଓ ପ୍ଲାଷ୍ଟିକ୍ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଏହି ଅବସରରେ କ୍ଷୁଦ୍ର ଶିଳ୍ପ ସଂଘ ଓସିଆ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡବ୍ଲୁଟିସି ମୁମ୍ବାଇର ଅଧ୍ୟକ୍ଷ ଡକ୍ଟର ବିଜୟ କାଲାନ୍ତ୍ରି, ଇଣ୍ଡୋ-ଅଷ୍ଟ୍ରେଲିଆନ ଚାମ୍ବର ଅଫ୍ କମର୍ସର ସିଇଓ ପେଟୁଲା ଥୋମାସ୍‌, ଡବ୍ଲୁଟିସି ଭୁବନେଶ୍ବରର ଅଧ୍ୟକ୍ଷ ‌କ୍ୟାପ୍‌ଟେନ୍ ସୋମେଶ ବାତ୍ରା, ଓ ସଂଯୋଜକ ରାଜେନ ପାଢ଼ୀ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।