ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସେନସର୍ ଅପେକ୍ଷାରେ ‘ହେ ରାମ, କର୍ମ ହିଁ ଧର୍ମ’

ମହାନ୍ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଯୁବକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯାଏ। ସେଠାରେ ଆଦିବାସୀମାନଙ୍କ ସମସ୍ୟା ସଂପର୍କରେ ଜାଣିବା ପରେ ସମାଧାନ ଲାଗି ଶପଥ ନିଏ। ହେଲେ ସେଥିରେ ତାକୁ ବହୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼େ। ଶେଷରେ ଯୁବକ ଲକ୍ଷ୍ୟ ହାସଲରେ ସଫଳ ହୁଏ। ଏଭଳି କିଛି ଭିନ୍ନ କଥାବସ୍ତୁକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ଛବି ‘ହେ ରାମ, କର୍ମ ହିଁ ଧର୍ମ’।

ଏହି ସିନେମାରେ ବିପ୍ଳବୀ ଯୁବକ ଭୂମିକାରେ ଅଛନ୍ତି ଓଲିଉଡ୍‌ର ଜଣାଶୁଣା ନାୟକ ସମ୍ବିତ। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଶ୍ରୀରାମ। ଏଥିରେ ସମ୍ବିତଙ୍କ ବିପକ୍ଷରେ ନଜର ଆସିବେ ଅର୍ଲିନ ଅଙ୍କିତା। ଅନ୍ୟମାନଙ୍କ ମଧ୍ୟରେ ଗୁଡୁ, ପପି ସନ୍ତୁକା, ମଧୁମିତା ମହାନ୍ତି, ଗୋପାଳ, ପ୍ରକାଶ ମହାନ୍ତି, ଚିରଞ୍ଜୀବୀ ବିଶ୍ବାଳ, ସୁଜାତା ଆଚାର୍ଯ୍ୟ, ଏମ୍ ଡି ବବ୍‌ଲୁ, ଗୋପାଳକୃଷ୍ଣ ପଟ୍ଟନାୟକ, ତାରିଣୀ ପଟ୍ଟନାୟକ, ଜୟନ୍ତ ସାମନ୍ତରାୟ, ତ୍ରିଷା ନାୟକ, ଉପେନ୍ଦ୍ର ଦାସ ଓ ଜଗନ୍ନାଥ ସେଠ ପ୍ରମୁଖ ‘ହେ ରାମ୍…’ର ମୁଖ୍ୟ ଭୂମିକାରେ ନଜର ଆସିବେ।

‘ରକତ ଚିହ୍ନିଛି ନିଜର କିଏ’, ‘ନାରୀ ନୁହେଁ ତୁ ନାରାୟଣୀ’, ‘ମାତୃଶକ୍ତି’, ‘କଥା ଦେଇଥିଲି ମା’କୁ’, ‘ଥ୍ୟାଙ୍କ ୟୁ ଭଗବାନ’, ‘ଦିୱାନା’, ‘ଦୋସ୍ତି’, ‘ବିଜୟିନୀ’ ଓ ‘କୁଇନ୍’ ଭଳି ସିନେମା ଦର୍ଶକଙ୍କୁ ଭେଟି ଦେଇଥିବା ବିଜୟ କନ୍ଦୋଇ ଏହାର ପ୍ରଯୋଜକ। ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଟେଲିଜଗତର ଲୋକପ୍ରିୟ ନିର୍ଦ୍ଦେଶକ ବାସୁଦେବ ବରାଡ଼। ଏହା ତାଙ୍କ ନିଦ୍ଦେର୍ଶିତ ପ୍ରଥମ ଓଡ଼ିଆ ଛବି। ଧ୍ରୁବାନନ୍ଦ ପଣ୍ଡା ସିନେମାଟୋଗ୍ରାଫି ଦାୟିତ୍ବ ସମ୍ଭାଳିଥିବା ବେଳେ ମାନସରଂଜନ ସାମଲ ଓ ଦୀପ୍ତି ପଟ୍ଟନାୟକ ଏହାର ସଂଳାପକାର। ଏଥିରେ ଥିବା ୪ଟି ଗୀତର ସ୍ବରସଂଯୋଜନା କରିଛନ୍ତି ଅଭିଜିତ ମଜୁମଦାର। ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ‘ହେ ରାମ, କର୍ମ ହିଁ ଧର୍ମ’ର ସେନସର୍ ପାଇଁ ମୁମ୍ବାଇ ସିବିଏଫ୍‌ସିରେ ଆବେଦନ ସରିଛି। ସେନସର୍ ସରିଲେ ରିଲିଜ୍ ତାରିଖ ଘୋଷଣା କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ