କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ସେଦିନର ଗୁରୁଶିଷ୍ୟ ତୁମ କାହାଣୀ – ତ୍ରିନାଥ ନନ୍ଦୀ

ସେଦି‌ନେ ପିଲାମାନଙ୍କ ପାଇଁ ଆଜି ଭଳି ସ୍କୁଲ କଲେଜ ନଥିଲା। ପିଲାମାନେ ଗୁରୁଙ୍କର ଶିକ୍ଷାଳୟ ଚାଟଶାଳୀ ଓ ଆଶ୍ରମ ରେ ରହି ଶିକ୍ଷା ଗ୍ରହଣ କରୁଥିଲେ। ପିଲାମାନେ ପୁରାଣ ମହାଭାରତ ଶିକ୍ଷା କରୁଥିଲେ। କେବଳ ଏତିକି ନୁହେଁ ଏହା ସହିତ ସେମାନେ ଆଶ୍ରମ ର ଦାୟିତ୍ୱ ସହିତ ଗୋପାଳନ ଚାଷ କାର୍ଯ୍ୟ ମଧ୍ୟ କରୁଥିଲେ। ଗୁରୁ ସେମାନଙ୍କ ପାଇଁ ଥିଲେ ଚଳନ୍ତି ପ୍ରତିମା। ଶିକ୍ଷା ପାଇଁ ପିଲାମାନେ ବର୍ଷ ବର୍ଷ ଧରି ପରିବାର ଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରୁଥିଲେ। ସତେ ଯେପରି ଶିକ୍ଷା ଥିଲା ତାଙ୍କ ବାଲ୍ୟ ଜୀବନର ସିଦ୍ଧି ଓ ଆଶ୍ରମ ଥିଲା ସିଦ୍ଧସ୍ଥଳ। ଆଜି ସେଇ ଗୁରୁକୁଳ ଚାଟଶାଳୀ , ସ୍କୁଲ କଲେଜ ରେ ପରିଣତ ହୋଇଯାଇଛି। ଆଜି ପିଲାମାନେ ସ୍କୁଲ ରେ କେବଳ ଶିକ୍ଷା ଗ୍ରହଣ କରୁଛନ୍ତି। ସେଦିନ ଆଶ୍ରମର ଦାୟିତ୍ୱ ପିଲାମାନେ ନେଉଥିଲେ କିନ୍ତୁ,ଆଜି ସ୍କୁଲର ଦାୟିତ୍ୱ ପିଲାମାନେ ନେଉନାହାନ୍ତି, କି ସେ ସମୟ ର ଗୋପାଳନ ଚାଷ କାର୍ଯ୍ୟ ମଧ୍ୟ ପିଲାମାନେ କରୁ ନାହାନ୍ତି।

ମନେ ପଡ଼େ ସେଦିନର ଗୋଟିଏ କଥା। ଥରେ ଗୁରୁଙ୍କର ଏକ ଯଜ୍ଞରେ ଯୋଗଦାନ କରିବାର ଥାଏ। ତେଣୁ ସେ ଶିଷ୍ୟମାନଙ୍କୁ ନେଇ ଆଗେଇ ଚାଲିଥାନ୍ତି। ସେତେବେଳେ ଥାଏ ବଳଦର ଶଗଡ଼। ଯିବା ସମୟରେ ଏକ ଛୋଟ ନଦୀ ପଡ଼ିଲା। ତା’କୁ ପାର କରିବା ପାଇଁ କୂଳରେ ଡଙ୍ଗା ନ ଥାଏ। ସମୟର ଅପବ୍ୟବହାର ନ କରି ଶିଷ୍ୟ ମାନେ ଶଗଡ଼ ଛାଡି ନିଜ କାନ୍ଧରେ ବସାଇ ଗୁରୁଙ୍କୁ ନଦୀ ପାର କରାଇଲେ। ସେ କଥା ଆଜି ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି।

ନବମ ଶ୍ରେଣୀ,
ଜଳେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ, ଜଳେଶ୍ବର, ବାଲେଶ୍ବର

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ