ଦେଶ ବିଦେଶ ମନୋରଞ୍ଜନ

ସେଣ୍ଟ୍ରାଲ ଲକ୍ ହେଲ କାଳ, ଦୁର୍ଘଟଣାଗସ୍ତ କାରରୁ ବାହାରିନପାରି ଆଖିବୁଜିଲେ ମରାଠୀ ଅଭିନେତ୍ରୀ ଓ ପୁରୁଷ ବନ୍ଧୁ

ପୁନେ : କାର୍‌ର ସେଣ୍ଟାର ଲକ୍ ହେଲ। କାଳ। ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ନଦୀକୁ କାର ଓଲଟି ବୁଡ଼ିଗଲା । ସେଣ୍ଟାର ଲକ୍ କାରଣରୁ ଖୋଲିଲାନି ଡୋର୍‌। ଜୀବନ ବଞ୍ଚାଇବାକୁ ବହୁତ ଚେଷ୍ଟ କରିଥିଲେ ବି ଅଣନିଶ୍ବସୀ ହେବା ଆଖିବୁଜିଦେଲେ ମରାଠୀ ଅଭିନେତ୍ରୀ ଓ ପୁରୁଷ ବନ୍ଧୁ। ମୃତକଙ୍କ ମଧ୍ୟରେ ମରାଠୀ ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେ ଓ ପୁରୁଷ ବନ୍ଧୁ ଶୁଭମ ଥିବା ଜଣାପଡିଛି। ଘଟରଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏହି ଦୁର୍ଘଟଣା ଗେଆର ବାଗା- କାଲାଙ୍ଗୁଟ୍ ରାସ୍ତାର ଆର୍ପୋରା ଗ୍ରାମ ନିକଟରେ ଘଟଛି। ତେବେ ଦୁର୍ଘଟଣା ପୂର୍ବରୁ କାରଟିକୁ କିଏ ଡ୍ରାଇଭ କରୁଥିଲା ଜଣାପଡିନାହଁ। ସ୍ଥାନୀୟ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାଇ, ମରାଠୀ ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେଙ୍କର କାର ଅନିୟନ୍ତ୍ରିତ ହୋଇ ପୁନେରେ ରାସ୍ତା କଡ଼ରେ ଥିବା ଏକ ନଦୀରେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । କାର୍‌ରେ ୨୫ ବର୍ଷୀୟା ଇଶ୍ୱରୀ ଏବଂ ତାଙ୍କର୨୮ ବର୍ଷୀୟ ପୁରୁଷ ବନ୍ଧୁ ଶୁଭମ ଥିଲେ । ଦୁର୍ଘଟଣାରେ ଶୁଭମଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଗାଡ଼ି ତୀବ୍ର ଗତିରେ ଥିବା କାରଣରୁ ଅନିୟନ୍ତ୍ରିତ ହୋଇ ପାଣିରେ ଖସି ପଡ଼ିଥିଲା । ଗାଡ଼ି କିଏ ଚଲାଉଥିଲା ତାହା ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନାହିଁ । କାର୍‌ଟିରେ ସେଣ୍ଟାଲ ଲକ୍‌ ଥିବା କାରଣରୁ ଡୋର୍‌ ଖୋଲି ସେମାନେ ବାହାରକୁ ବାହାରି ପାରିନଥିଲେ । ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାତି ସାରା ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା । ମଙ୍ଗଳବାର ସକାଳୁ ଉଭୟଙ୍କର ମୃତଦେହ ଉଦ୍ଧାର ହୋଇଛ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ