ଖେଳ ଦେଶ ବିଦେଶ

ସେଞ୍ଚୁରିଆନ ଟେଷ୍ଟରେ ଇତିହାସ ରଚିବେ କୋହଲି ! ଦକ୍ଷିଣ ଆଫ୍ରିକା ହାରିଲେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ହାସଲ କରିବେ ଏହି ରେକର୍ଡ…

ନୂଆଦିଲ୍ଲୀ,୧୩/୧୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ ଜିତିବା ପରେ ଭାରତୀୟ ଟିମ୍ ଏବେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟେଷ୍ଟ୍ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳିବ । ଟି୨୦ ସିରିଜ ପରେ ଖେଳାଯିବ । ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୨୬ରୁ ସେଞ୍ଚୁରିଆନରେ ଖେଳାଯିବ । ଏହି ମ୍ୟାଚ୍ ଜିତିଲେ ବିରାଟ କୋହଲି ଏକ ଐତିହାସିଲ ରେକର୍ଡ ପ୍ରତିଷ୍ଠା କରିବେ ।

ଏହି ଟେଷ୍ଟ୍ ଜିତିଲେ ବିରାଟ ଏକ ମାତ୍ର ଭାରତୀୟ ଅଧିନାୟକ ହେବେ ଯାହାଙ୍କ ନେତୃତ୍ୱରେ ଦଳ ଦ୍ୱିତୀୟ ଥର ବକ୍ସିଂ ଡେ ଟେଷ୍ଟ୍ ଜିତିବ । ୩ ବର୍ଷ ପୂର୍ବରୁ ବିରାଟ ପ୍ରଥମ ଥର ପାଇଁ ବକ୍ସିଂ ଡେ ଟେଷ୍ଟ୍ ଜିତିଥିଲେ । ଯେଉଁଥିରେ ଭାରତ ଅଷ୍ଟ୍ରେଲିଆକୁ ୧୩୭ ରନରେ ମାତ୍ ଦେଇଥିଲା । ଦଳର ବିଜୟରେ ଜସପ୍ରିତ ବୁମରାହଙ୍କ ବଡ ଭୂମିକା ରହିଥିଲା । ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ସିରିଜ୍ ଜିତିଥିଲା ।

ଦକ୍ଷିଣ ଆଫ୍ରିକା ମାଟିରେ କୌଣସି ଦଳ ଟେଷ୍ଟ୍ ଖେଳିବା ଓ ଜିତିବା ସହଜ କଥା ନୁହେଁ । ଭାରତ ଏବେସୁଦ୍ଧା ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ସିରିଜ ଜିତିପାରି ନାହିଁ । ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ମଧ୍ୟ ଏହି ଗସ୍ତ ଚ୍ୟାଲେଞ୍ଜିଂ ହେବ । ସୂଚନାଯୋଗ୍ୟ, ଗତ ଥର ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧-୨ରେ ଟେଷ୍ଟ୍ ସିରିଜ ହାରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ