ରାଜ୍ୟ ସ୍ପେଶାଲ ରିପୋର୍ଟ

ସୂର୍ଯ୍ୟମନ୍ଦିର: କାରୁକାର୍ଯ୍ୟକୁ ବିକୃତ କରୁଛି ଆଲୋକୀକରଣ, ପ୍ରଶ୍ନ ଉଠାଇଲେ ସୁଦର୍ଶନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିରରେ ଆଲୋକୀକରଣକୁ ନେଇ ବିବାଦ ମୁଣ୍ଡ ଟେକିଛି। ଭୁଲ ଆଲୋକୀକରଣ ବ୍ୟବସ୍ଥା ପାଇଁ ଓଡ଼ିଶାର ଜାତିର ପରିଚୟ ତଥା ବିଶ୍ବ ଐତିହ୍ୟ କୀର୍ତ୍ତିରାଜି କୋଣାର୍କ ସୂର୍ଯ୍ୟମନ୍ଦିର ବିକୃତ ଲାଗୁଛି। ଏଭଳି ଅଭିଯୋଗ ଆଣିଛନ୍ତି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଏ ସଂପର୍କରେ ପତ୍ନତତ୍ତ୍ବ ବିଭାଗକୁ ଟ୍ବିଟ୍‌ କରି ଅଭିଯୋଗ କରିଛନ୍ତି। ଆଲୋକୀକରଣ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର କିଭଳି ବିକୃତ ଦିଶୁଛି, ଏକ ଫଟୋ ସହ ତାହାକୁ ଦର୍ଶାଇ ଶ୍ରୀ ପଟ୍ଟନାୟକ ଏହି ଟ୍ବିଟ୍‌ କରିଛନ୍ତି। ଏ ଦିଗରେ ପଦକ୍ଷେପ ପାଇଁ ବି ସେ ନିବେଦନ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, କାରୁକାର୍ଯ୍ୟ ଭରା କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶା ସ୍ଥାପତ୍ୟ କଳାର ନିଦର୍ଶନ। ଓଡ଼ିଶା ମାଟିର ଭାସ୍କର୍ଯ୍ୟ ଶିଳ୍ପର ଗରିମାକୁ ଏହା ପ୍ରତିପାଦିତ କରୁଛି। କୋଣାର୍କ ସୂର୍ଯ୍ୟମନ୍ଦିର ଆଜି ତାର କାରୁକାର୍ଯ୍ୟପୂର୍ଣ୍ଣ ‌ଶୈଳୀକୁ ନେଇ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ପାଇଛି। ଏଥିପାଇଁ ସୂର୍ଯ୍ୟମନ୍ଦିରକୁ ‘ବ୍ଲାକ୍‌ ପାଗୋଡ଼ା’ର ଆଖ୍ୟା ଦିଆଯାଇଛି। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ଆଲୋକୀକରଣ ଆଳରେ ଏହାର କାରୁକାର୍ଯ୍ୟ ତଥା ସୌନ୍ଦର୍ଯ୍ୟକୁ ବିକୃତ କରିବାରେ ଲାଗିଛି। ଏହା କୋଣାର୍କର ଗରିମା ତଥା ସୌନ୍ଦର୍ଯ୍ୟକୁ ଉପହାସ କରୁଛି। ଅନ୍ଧକାରରେ ସ୍ପଷ୍ଟ ଦୃଶ୍ୟମାନ ପାଇଁ ଯେଉଁ ଆଲୋକ ଲଗାଯାଇଛି, ତାହା ଦୂରକୁ ଅସୁନ୍ଦର ଦିଶୁଛି। ଧାଡ଼ି ଧାଡ଼ି ହୋଇ ଦିଶୁଥିବା ଆଲୋକ ବ୍ୟବସ୍ଥା ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ବଦଳରେ ସୌନ୍ଦର୍ଯ୍ୟ ହ୍ରାସ କରୁଛି।

ଆଲୋକୀକରଣ ବ୍ୟବସ୍ଥା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଯେଉଁ ଭଳି ଢଙ୍ଗରେ ଆଲୋକୀକରଣ କରାଯିବା କଥା ସେଭଳି କଲେ କିଛି ଆପତ୍ତି ନାହିଁ। କିନ୍ତୁ ଏବେ ଯେଉଁଭଳି ଧାଡ଼ି ଧାଡ଼ି କରି ଆଲୋକ ବ୍ୟବସ୍ଥା କରାଯାଇଛି, ତାହା ସୂର୍ଯ୍ୟମନ୍ଦିରକୁ ବିକୃତ କରିବା ସହ ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ ଗୁରୁତ୍ବର ସହ ବିଚାର କରିବା ଦରକାର ବୋଲି ସେ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।