ଖେଳ ଦେଶ ବିଦେଶ

‘ସୂର୍ଯ୍ୟଙ୍କ ପାଇଁ ମୋତେ ନିଜ ଓ୍ୱିକେଟକୁ ବଳିଦାନ ଦେବା ଉଚିତ ଥିଲା’- ରୋହିତ ଶର୍ମା

ଦୁବାଇ,୧୨|୧୧: ଆଇପିଏଲ-୨୦୨୦ରେ ଚାମ୍ପିଅନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ମୁମ୍ବାଇ ଅଧିନାକ ରୋହିତ ଶର୍ମାଙ୍କ ପାଇଁ ନିଜ ଓ୍ୱିକେଟ୍ ଉତ୍ସର୍ଗ କରିଥିଲେ ବ୍ୟାଟସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ । ଏହି ଘଟଣା କିନ୍ତୁ ରୋହିତ ଶର୍ମାଙ୍କୁ ଦୁଃଖିତ କରିଥିବା ମାନିଛନ୍ତି ହିଟ୍ ମ୍ୟାନ୍ ।

ଏହି ମ୍ୟାଚରେ ରୋହିତ ୫୧ ବଲରୁ ୬୮ ରନ୍ କରିଥିଲେ । ରୋହିତଙ୍କ ଏହି ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ୱିକେଟରେ ମାତ୍ ଦେଇ ଟ୍ରଫି ଉପରେ କବଜା କରି ନେଇଥିଲା । ମୁମ୍ବାଇର ଇନିଂସରେ ରୋହିତ ଏକ ସିଙ୍ଗିଲ୍ ରନ୍ ନେବାକୁ ଚାହିଁଥିଲେ । ତେଣୁ ନନ୍ ଷ୍ଟ୍ରାଇକର୍ ଏଣ୍ଡରେ ଥିବା ସୂର୍ଯ୍ୟ କୁମାର ମଧ୍ୟ ରନ୍ ନେବାକୁ ପ୍ରୟାସ କରିଥିଲେ । କିନ୍ତୁ ସୂର୍ଯ୍ୟ କୁମାର ରନ୍ ପାଇଁ ମନା କରିଦେଇଥିଲେ । ଏହା ସତ୍ତ୍ୱେ ରୋହିତ ନନ ଷ୍ଟ୍ରାଇକର୍ ଏଣ୍ଡକୁ ଚାଲି ଆସିଥିଲେ । ତେବେ ସୂର୍ଯ୍ୟ ରୋହିତଙ୍କ ପାଇଁ ନିଜ ଓ୍ୱିକେଟ୍ ଉତ୍ସର୍ଗ କରିଥିଲେ ।

ଏହାକୁ ନେଇ ରୋହିତ କହିଛନ୍ତି ଯେ, ସୂର୍ଯ୍ୟ ଭଲ ଫର୍ମରେ ଥିଲେ । ତେଣୁ ମୁଁ ନିଜ ଓ୍ୱିକେଟକୁ ବଳୀଦାନ କରି ଦେବାର ଥିଲା । ସେ ସାରା ଟୁର୍ଣ୍ଣାମେଣ୍ଟରେ ଭଲ ସ୍କୋର କରିଥିଲେ । ଏପରିକି ଅନେକ ଅବିଶ୍ୱସନୀୟ ସଟ୍ ଖେଳିଥିଲେ ।

ଏହି ଘଟଣାକୁ ନେଇ ସୂର୍ଯ୍ୟ କହିଛନ୍ତି ଯେ, ସେ ଜାଣିଥିଲେ ଯେ, ରୋହିତ ଦଳକୁ ବିଜୟ ଅଭିମୁଖେ ନେବେ । ତେଣୁ ନିଜ ଓ୍ୱିକେଟ୍ ହରାଇବା ନେଇ ସେ ଦୁଃଖ ପ୍ରକାଶ କରି ନାହାଁନ୍ତି । ରୋହିତ ଭଲ ଫର୍ମରେ ଥିଲେ ବୋଲି ସୂର୍ଯ୍ୟ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ