ଖେଳ ଦେଶ ବିଦେଶ

ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ ଉପହାର, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳରେ ହେଲେ ସାମିଲ

ନୂଆଦିଲ୍ଲୀ,୧୯/୦୩: ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ବିସିସିଆଇ ଟ୍ୱିଟ୍ କରି ୧୮ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଟିମରେ ସାମିଲ କରାଯାଇଛି ।

ସେହିପରି ସ୍ପିନର କୃଣାଲ ପାଣ୍ଡ୍ୟା ଓ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ସ୍ଥାନ ମିଳିଛି । କୃଷ୍ଣ ବିଜୟ ହଜାରେ ଟ୍ରଫିରେ ୧୪ ଓ୍ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ । ସେହିପରି କୃଣାଲ ପାଣ୍ଡ୍ୟା ବିଜୟ ହଜାରେ ଟ୍ରଫିରେ ୫ ମ୍ୟାଚ୍ ଖେଳି ୩୮୮ ରନ୍ କରିଥିଲେ ।ତେବେ ସିରିଜୁ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିନାହିଁ ।ସେ ଆହତ ଜନିତ କାରଣରୁ ବାଦ୍ ପଡିଛନ୍ତି ।

ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ନିଜର ପଦାର୍ପଣ ମ୍ୟାଚରେ ବ୍ୟାଟିଂ କରିପାରି ନଥିଲେ । କିନ୍ତୁ ଚତୁର୍ଥ ଟେଷ୍ଟରେ ତାଙ୍କୁ ସ୍ଥାନ ମିଳିଥିଲା । ସେ ଆକର୍ଷଣୀୟ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମୁକାବିଲାରେ ଭାରତ ୮ ରନରେ ଇଂଲଣ୍ଡକୁ ପରାସ୍ତ କରିଥିବା ବେଳେ ସିରିଜକୁ ୨-୨ ସ୍ତରକୁ ଆଣିବାରେ ସଫଳ ହୋଇଛି ।

ଭାରତୀୟ ଦଳ- ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାଓ୍ୱନ, ଶୁଭମନ ଗିଲ୍, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, କେଏଲ ରାହୁଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃଣାଲ ପାଣ୍ଡ୍ୟା, ଓ୍ୱାସିଂଟନ ସୁନ୍ଦର, ଟି ନଟରାଜନ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଶାର୍ଦ୍ଦୁଳ ଠାକୁର

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ