ରାଜ୍ୟ ସ୍ପେଶାଲ ରିପୋର୍ଟ

ସୂଚନା ଅଧିକାର ତଥ୍ୟ ପାଇଁ ଜମା କଲେ ୬୭ ହଜାର!

ନୀଳଗିରି: ସୂଚନା ଅଧିକାର ଆଇନରେ ତଥ୍ୟ ପାଇବା‌ ପାଇଁ ଜଣେ ପୂର୍ବତନ ବିଧାୟକ ପୈଠ କଲେ ୬୭ ହଜାର ୯୮୨ ଟଙ୍କା। ବିଶ୍ବାସ ହେଉ ନଥିଲେ ମଧ୍ୟ ଏହା ସତ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ରେ।

ନୀଳଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା। ଫଳରେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କିଛି ମାସ ପୂର୍ବରୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ହେଲେ ଠିକଣା ସମୟରେ ତଥ୍ୟ ଦିଆଗଲା ନାହିଁ। ଫଳରେ ସେ ପୁନଃ ଅପିଲ୍‌ କରିଥିଲେ। ତଥାପି ତଥ୍ୟ ମିଳିପାରିଲା ନାହିଁ। ତେଣୁ ଶ୍ରୀ ଷଡ଼ଙ୍ଗୀ ବ୍ୟବସ୍ଥାକୁ ବିରୋଧ କରି ଧାରଣାରେ ବସିଥିଲେ। ଧାରଣାସ୍ଥଳରେ ଉପଜିଲ୍ଲାପାଳ ଓ ତହସିଲଦାର ପହଞ୍ଚି ତଥ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାହାଦ୍ବାରା ଶ୍ରୀ ଷଡ଼ଙ୍ଗୀ ଧାରଣାରୁ ଉଠିଥିଲେ।

ତେବେ କିଛିଦିନ ତଳେ ୩୩ ହଜାର ପୃଷ୍ଠାର ତଥ୍ୟ ପ୍ରଦାନ ପାଇଁ ସଂପୃକ୍ତ କାର୍ଯ୍ୟାଳୟ ପକ୍ଷରୁ ୬୭ ହଜାର ୯୮୨ ଟଙ୍କା ଜମା କରିବାକୁ ଚିଠି ଆସିଥିଲା। ଫଳରେ ଶ୍ରୀ ଷଡ଼ଙ୍ଗୀ ନିଜ ପାଖରେ ଥିବା ଟଙ୍କା ସହ ଧାରକରଜ କରି ଆବଶ୍ୟକ ଟଙ୍କା ଯୋଗାଡ଼ କରିଥିଲେ। ଯେଉଁ ଟଙ୍କାକୁ ଆଜି ସେ ସଂପୃକ୍ତ କାର୍ଯ୍ୟାଳୟରେ ପୈଠ କରିଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।