ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ, ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଉଛନ୍ତି ଔଷଧ

ଜୟପୁର ୦୯/୦୨: ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ । ଘରେ ରହି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଉଛନ୍ତି ସେ । ପୂର୍ବ ଅପେକ୍ଷା ସେ ଅଧିକ ସୁସ୍ଥ ଥିବା କହିଛନ୍ତି । ତେବେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରଙ୍କୁ ମନେ ପକାଉଛନ୍ତି ସେ । ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଈଥିବା ଡାକ୍ତର,ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ସେ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ।

ସେହିପରି ତାଙ୍କ ଚିକିତ୍ସା ସମୟରେ ତାଙ୍କ ସହ କଟକ SCBରେ ଥିବା ସମାଜସେବୀ ମମତା ବେହେରାଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ମମତା ବି ଡାକ୍ତରଖାନାରେ ତାଙ୍କର ସେବା କରିଥିବା ସେ କହିବା ସହ ମମତାଙ୍କୁ ନିଜର ଜଣେ ଭଲ ସାଙ୍ଗ ବୋଲି କହିଛନ୍ତି । ଆଉ ଏଥିପାଇଁ ଡାକ୍ତରଖାନାରୁ ଡିସଚାର୍ଜ ହେବା ସମୟରେ ଉଭୟେ ଖୁସିରେ ଅଳ୍ପ ସମୟ ଢେମସା ନାଚି ଥିବା ସେ କହିଛନ୍ତି ।

ତେବେ ସ୍ବତନ୍ତ୍ର କେବିନରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ସମାଜସେବୀ ମମତା ବେହେରାଙ୍କ ନାଚକୁ ନେଇ କିଛି ଲୋକ ସମାଲୋଚନା ବି କରିଛନ୍ତି । ତେବେ ପଦ୍ମଶ୍ରୀ କମଳା କିନ୍ତୁ ନ୍ୟୁଜ୭କୁ ଦେଇଥିବା ସାକ୍ଷାତକାରରେ ମମତାଙ୍କୁ ପ୍ରଶଂସା କରି ନିଜର ଜଣେ ଭଲ ସାଙ୍ଗ ବୋଲି କହିବା ସହ ନିଜେ ଖୁସିରେ କିଛି ସେକେଣ୍ଡ ପାଇଁ ନାଚିଥିବା କହିଛନ୍ତି ।

ମମତାଙ୍କ ଉତ୍ସର୍ଗୀକୃତ ସେବା ସେ ତାଙ୍କୁ ଧନ୍ୟବାଦ ବି ଦେଇଛନ୍ତି । ମମତା ବେହେରା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ଛାଇ ଭଳି ୫ ଦିନ SCBରେ ତାଙ୍କ ସହ ଥିଲେ । ତଥାପି ଏପରି ସେବା ସତ୍ତ୍ୱେ ମମତାଙ୍କୁ ନେଇ ବିବାଦ କାହିଁକି ? ଏ ତମାମ ପ୍ରସଙ୍ଗରେ ଆଲୋଚନା ପାଇଁ ଆମ ସହ ଅଛନ୍ତି ନିଜେ ସମାଜସେବୀ ମମତା ବେହେରା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ