ଖେଳ ଦେଶ ବିଦେଶ

ସୁସ୍ଥ ହେଉଛନ୍ତି ରୋହିତ ଶର୍ମା, ଜାଣନ୍ତୁ କେବେ ପଡିଆକୁ ଫେରିବେ ହିଟ୍ ମ୍ୟାନ୍

ନୂଆଦିଲ୍ଲୀ ୧୭।୦୧: ଭାରତର ସୀମିତ ଓଭର କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ହାମଷ୍ଟ୍ରିଙ୍ଗ ଜନିତ ସମସ୍ୟାରୁ ଶୀଘ୍ର ସୁସ୍ଥଲାଭ କରୁଛନ୍ତି। ଆସନ୍ତା ମାସରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଛଅ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର କ୍ରିକେଟ୍ ସିରିଜ୍‌ରେ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ତାଙ୍କ ପାଖରେ ଭଲ ସୁଯୋଗ ରହିଛି। ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଥିଲା। ମାତ୍ର ଗସ୍ତ ପୂର୍ବରୁ ଅଭ୍ୟାସ୍ ସମୟରେ ତାଙ୍କ ଜଂଘମାଂସପେଶୀ ଟାଣି ଧରିଥିଲା ଏବଂ ତାଙ୍କୁ ଦଳରୁ ବାହାରିବାକୁ ପଡିଥିଲା। ସଂପୂର୍ଣ୍ଣ ଫିଟନେସ୍ ହାସଲ କରିନପାରିବା କାରଣରୁ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରୁ ମଧ୍ୟ ବାଦ୍ ପଡିଛନ୍ତି।

ବିସିସିଆଇ ସୂତ୍ର ଅନୁଯାୟୀ, ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ରୋହିତଙ୍କ ରିହାବିଲିଟେସନ ବହୁତ ଭଲ ଚାଲିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ପୂର୍ବରୁ ସେ ସୁସ୍ଥ ହୋଇଯିବାର ଆଶା କରାଯାଉଛି। ଅହମ୍ମଦାବାଦରେ ଫେବୃଆରୀ ୬ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆକୁ ତିନି ସପ୍ତାହ ସମୟ ରହିଛି। ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳାଯିବ।

ରୋହିତ ଗତ କିଛି ସମୟ ଧରି ହାମଷ୍ଟ୍ରିଙ୍ଗ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ସୀମିତ ଓଭର ସିରିଜ୍‌ ପରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରୁ ସେ ବାଦ୍ ପଡିଥିଲେ। ବିସିସିଆଇର ବର୍ତ୍ତମାନ ନିୟମ ଅନୁଯାୟୀ, ପ୍ରତ୍ୟେକ ଖେଳାଳିଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ପ୍ରଥମେ ଏନସିଏରେ ବାଧ୍ୟତାମୂଳକ ଫିଟନେସ୍ ଟେଷ୍ଟ ସାର୍ଟିଫିକେଟ୍ ହାସଲ କରିବାକୁ ପଡିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ