ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସୁସ୍ଥ ରହିବା ପାଇଁ ସକାଳୁ ପିଅନ୍ତୁ ଏହି ସବୁ ସରବତ

ଏକ ଭଲ ଦିନର ଆରମ୍ଭ ଏକ ଭଲ ସକାଳରୁ ହିଁ ହୋଇଥାଏ। ଆପଣ ସକାଳ ସମୟରେ କ’ଣ ଖାଉଛନ୍ତି ଓ କ’ଣ ପିଉଛନ୍ତି ତାହା ଆପଣଙ୍କ ଶରୀର ଉପରେ ବିଶେଷ ଭାବେ ପ୍ରଭାବ ପକାଇଥାଏ। ରାତିରେ ଆମେ ଦୀର୍ଘ ସମୟ ଧରି ଶୋଇ ରହୁଥିବା କାରଣରୁ ଶରୀରକୁ ଖାଦ୍ୟ, ପାନୀୟ ଠିକ୍‌ ଭାବେ ମିଳିପାରେ ନାହିଁ। ସକାଳୁ ଉଠିବା ପରେ ଆମ ଦେହ ଶୁଷ୍କ ହୋଇ ଯାଇଥାଏ। ଶରୀରରେ ଜଳୀୟ ଅଂଶ କମ୍‌ ହୋଇଥାଏ। ଏହି କାରଣରୁ ଆମକୁ ସକାଳ ପାନୀୟ ଉପରେ ବିଶେଷ ଗୁରୁତ୍ବ ଦେବା ଆବଶ୍ୟକ। ତେବେ, ଚାଲନ୍ତୁ ଜାଣିବା ନିଜକୁ ସୁସ୍ଥ ରଖିବା ପାଇଁ ଆମକୁ କ’ଣ କ’ଣ କରିବାକୁ ପଡ଼ିଥାଏ।

ଖରାଦିନେ ବିଭିନ୍ନ ସ୍ଥାନରେ ଆଖୁ ରସ ବିକ୍ରି ହେଉଥାଏ। ସକାଳ ସମୟରେ ଯଦି ପାରୁଛନ୍ତି ଆଖୁ ରସରୁ ଗୋଟାଏ ଗ୍ଲାସ ପିଅନ୍ତୁ। ଏହା ଶରୀର ପାଇଁ ବେଶ୍‌ ଉପକାରୀ। କେବଳ ଆଖୁ ରସ ନୁହେଁ, ଆପଣ ପଇଡ଼ ମଧ୍ୟ ପିଇପାରିବେ। ଆପଣ ଭାବିିପାରନ୍ତି ଯେ ପଇଡ଼ ହେଉଛି ସକାଳ ସମୟର ସବୁଠାରୁ ଭଲ ପାନୀୟ।

ସକାଳ ସମୟରେ ଲେମ୍ବୁ ପାଣି ପିଇବା ଖୁବ୍ ଉପକାରୀ ହୋଇଥାଏ। ମାତ୍ର ମନେ ରଖନ୍ତୁ କେବେ ବି ଲେମ୍ବୁ ପାଣି ଖାଲି ପେଟରେ ପିଇବେ ନାହିଁ। ଲେମ୍ବୁ ପାଣି ପିଇବା ପୂର୍ବରୁ ଆପଣ ସକାଳ ଜଳଖିଆ କରି ସାରିଥିବା ଆବଶ୍ୟକ।

ଏହାବ୍ୟତୀତ ବିଟ୍‌, ଗାଜର, ପୋଦିନା ଓ କଲରା ଆଦିର ରସ ମଧ୍ୟ ସକାଳୁ ପିଇବା ଅତ୍ୟନ୍ତ ଭଲ ହୋଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ