ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସୁସ୍ଥ ରହିବାକୁ ଚାହାନ୍ତି? ରାତ୍ର ଭୋଜନରୁ ବାଦ୍‌ ଦିଅନ୍ତୁ ଏହି ସବୁ ଖାଦ୍ୟ

ମୃତ୍ୟୁ ଧୃବ ସତ୍ୟ। ତାହାକୁ କେହି ବି ବଦଳାଇ ପାରିବେ ନାହିଁ। ମାତ୍ର ଅସୁସ୍ଥ ହୋଇ ଅକାଳ ମରଣ କାହାକୁ ବା ଭଲ ଲାଗେ! ଆମେ ଭାବନ୍ତି କାହାକୁ କେଉଁ ରୋଗ ହେବ ତାହା କେହି ଜାଣେନା। ଏକଥା କିଛି ମାତ୍ରାରେ ଠିକ୍‌। ହେଲେ ଏକଥା ବି ଭାବନ୍ତୁ ଯେ ଅନେକ ରୋଗ ପାଇଁ ଆମେ ନିଜେ ଦାୟୀ ହୋଇଥାନ୍ତି। ଖାଇବା, ପିଇବା, ଶୋଇବାର ଠିକ୍‌ ଠିକଣା ନ ରହିଲେ ରୋଗ ମାଡ଼ି ଆସେ। ତେବେ ଚାଲନ୍ତୁ ଜାଣିବା ରାତିରେ କେଉଁ ସବୁ ଖାଦ୍ୟ ନ ଖାଇବା ଦ୍ୱାରା ଆମେ ସୁସ୍ଥ ଜୀବନ ବିତାଇ ପାରିବା।

-ରାତିରେ ଦହି ଖାଆନ୍ତୁ ନାହିଁ। ରାତିରେ ଦହି ଖାଇବାକୁ ଉଭୟ ପୁରାଣ ଏବଂ ବିଜ୍ଞାନ ବାରଣ କରେ। ଦହିରେ ଅନେକ ଭଲ ଗୁଣ ରହିଛି। ମାତ୍ର ରାତିରେ ଦହି ଖାଇଲେ ବିପରୀତ ପ୍ରଭାବ ପଡ଼େ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କାହିଁକି ନା, ଦହି ଖାଇ ସଙ୍ଗେ ସଙ୍ଗେ ଶୋଇବା ଦ୍ୱାରା ଠିକ୍‌ ଭାବେ ହଜମ ହୋଇପାରେ ନାହିଁ।

-ଅଧିକାଂଶ ଭାରତୀୟ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ରାତିରେ ଭାତ ଖାଇବା ଅର୍ଥାତ ରୋଗକୁ ଡାକି ଆଣିବା ସହ ସମାନ। ଭାତ ଅତ୍ୟନ୍ତ ଗରିଷ୍ଠ ହୋଇଥିବାରୁ ରାତିରେ ଏହାକୁ ଭକ୍ଷଣ କଲେ ଭଲ ହଜମ ହୋଇନଥାଏ। ଖାଦ୍ୟ ଭଲ ହଜମ ନ ହେବା ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ। ରୁଟି ରାତି ଖାଦ୍ୟ ହିସାବରେ ସବୁଠାରୁ ଭଲ।

-ରାତିରେ ମାଂସ ଖାଇବା ବି ଶରୀର ପ୍ରତି କ୍ଷତିକାରକ। ମାଂସକୁ ଫ୍ରିଜ୍‌ରେ ରଖି ଦିନେ, ଦୁଇ ଦିନ ପରେ ଖାଇଲେ ତାହା ମଧ୍ୟ ବିଷାକ୍ତ ପାଲଟିଯାଏ। ରାତ୍ର ଭୋଜନରେ ଯେତେ ହାଲୁକା ଖାଦ୍ୟ ଖାଇବେ ସେତେ ଭଲ।

-ଏହି ଖାଦ୍ୟଗୁଡ଼ିକ ବ୍ୟତୀତ ରାତି ସମୟରେ କାକୁଡ଼ି, ଶାଗ, ପିତା ଜାତୀୟ ଖାଦ୍ୟ ଆଦି ଖାଇବାକୁ ବି ବାରଣ ରହିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ