ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ପୁନଃଶୁଣାଣି ପାଇଁ ଏକତା କପୁର,ସଞ୍ଜୟ ଲୀଳା ଭନସାଲି ସମେତ ୪ଜଣ କୋର୍ଟରେ ହେଲେ ହାଜର

ମୁମ୍ବାଇ ୨୭/୧୧: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାକୁ ନେଇ ଦାଖଲ ହୋଇଥିବା ରିଭିଜନ୍ ପରେ ମୁଜାଫରପୁର ଏଡିଜେ ରାକେଶ ମାଳବୀୟଙ୍କ କୋର୍ଟରେ ଶୁଣାଣି ହୋଇଛି। ଏଥିରେ ଅଭିଯୁକ୍ତ ସଞ୍ଜୟ ଲୀଳା ଭନସାଲି ,ଏକତା କପୁର,ଭୂଷଣ କୁମାର ଏବଂ ସାଜିଦ ନାଦିଆଦଓ୍ବାଲାଙ୍କ ଓକିଲ କୋର୍ଟରେ ଉପସ୍ଥିତ ହୋଇଛନ୍ତି। ଭନସାଲିଙ୍କ ତରଫରୁ ଓକିଲ ସରୋଜ କୁମାର ଏବଂ ଶେଷ ୩ ଫିଲ୍ମକାରଙ୍କ ତରଫରୁ ପ୍ରିୟରଞ୍ଜନ ଓରଫ ଅନ୍ନୁ କୋର୍ଟରେ ଉପସ୍ଥିତ ହୋଇଛନ୍ତି।

କୋର୍ଟ ଶେଷ ଯୁକ୍ତି ପାଇଁ ଡିସେମ୍ବର ୯ତାରିଖ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସଲମାନ ଖାନଙ୍କ ତରଫରୁ ତାଙ୍କ ଓକିଲ କୋର୍ଟରେ ଉପସ୍ଥିତ ହୋଇଥିଲେ। ଏହା ପୂର୍ବରୁ ଅନୁପସ୍ଥିତିକୁ ନେଇ ଫିଲ୍ମ ନିର୍ମାତାଙ୍କୁ ନୋଟିସ୍ ପଠାଯାଇଥିଲା ଯାହା ପରେ ସମସ୍ତେ ଗତକାଲି କୋର୍ଟରେ ହାଜର ହୋଇଥିଲେ।

ଗତ ଅଗଷ୍ଟ ୧୪ତାରିଖରେ ଓକିଲ ସୁନୀଲ କୁମାର ଓଝା ,ସଲମାନ ଖାନ୍ ସମେତ ୮ କଳାକାରଙ୍କ ବିରୋଧରେ ଜିଲ୍ଲା କୋର୍ଟରେ ରିଭିସନ ଦାଖଲ କରିଥିଲେ। ଏହା ପୂର୍ବରୁ ଜୁଲାଇରେ ସିଜେଏମ୍ କୋର୍ଟରେ ଅଭିଯୋଗ ଦାଖଲ କରାଯାଇଥିଲା। ଜୁଲାଇ ୮ତାରିଖରେ ସିଜେଏମ୍ କୋର୍ଟ ଘଟଣାକୁ କ୍ଷେତ୍ରାଧିକାରରୁ ବାହାର କହି ଅଭିଯୋଗକୁ ଖାରଜ କରି ଦେଇଥିଲେ କିନ୍ତୁ ଏହି ଆଦେଶ ବିରୋଧରେ ରିଭିଜନ୍ ଦାଖଲ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ