ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତ ସିଂହ ରାଜପୁତଙ୍କୁ ଦିଆଯାଇଥିଲା ୧୭କୋଟି ଟଙ୍କା : ଇଡି ତଦନ୍ତରେ ହେଲା ଗୁରୁତ୍ବପୂର୍ଣ୍ଣ ଖୁଲାସା

ମୁମ୍ବାଇ ୨୧/୧୧: ସୁଶାନ୍ତ ସିଂହ ରାଜପୁତ ମାମଲାରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ତଦନ୍ତ ଜୋରସୋରରେ ଚାଲିଛି। ଏହି ମାମଲାରେ ସୁଶାନ୍ତଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ପେ​‌ମେଣ୍ଟକୁ ନେଇ ଏକ ​‌ତଥ୍ୟ ଇଡି ହାତରେ ଲାଗିଛି। ସୂଚନା ଅନୁଯାୟୀ ସୁଶାନ୍ତଙ୍କୁ ତାଙ୍କର ଏକ ଫିଲ୍ମ ପାଇଁ ସନ୍ଦିଗ୍ଧ ପେମେଣ୍ଟ କରାଯାଇଥିଲା। ଏହି ରକମ ୧୭କୋଟି ଟଙ୍କା ବୋଲି କୁହାଯାଉଛି।


ଏହି ପେମେଣ୍ଟକୁ ନେଇ ତଦନ୍ତ ଚାଲିଛି। ୧୭କୋଟି ଟଙ୍କାର ଏହି ପେମେଣ୍ଟ ୨୦୧୭ମସିହାରେ ସୁଶାନ୍ତଙ୍କ ଫିଲ୍ମ ରାବତା ପାଇଁ କରାଯାଇଥିଲା। ଇଡି ଫିଲ୍ମର ପ୍ରଡ୍ୟୁସର ଦିନେଶ ବିଜାନଙ୍କୁ ଗତ ମାସରେ ଏବିଷୟରେ ପଚରାଉଚୁରା କରି ସାରିଛି। ଦିନେଶଙ୍କୁ ପେମେଣ୍ଟ ସମ୍ବନ୍ଧୀୟ କିଛି କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ସେ ହଙ୍ଗେରୀରେ ସୁଟ୍ ହୋଇଥିବା ଫିଲ୍ମର ଓଭରସିଜ ସୁଟ୍ ବଜେଟର ଡିଟେଲ୍ ଜମା କରି ପାରିନଥିଲେ।


ଓଭରସିଜ ସୁଟିଂ ପାଇଁ ଫିଲ୍ମ ନିର୍ମାତାଙ୍କୁ ପେମେଣ୍ଟ ହିସାବରେ କିଛି ଟଙ୍କା ଦିଆଯାଇଥାଏ ଏବଂ ଏହା ସେହି ଦେଶରେ ସୁଟିଂ ଉପରେ ଖର୍ଚ୍ଚ କରାଯାଇଥିବା ମୋଟ ବଜେଟର ପାଖାପାଖି ୨୦ପ୍ରତିଶତ ହୋଇପାରେ। ଏହାକୁ ଓଭରସିଜ ପେମେଣ୍ଟ ପର୍କସ କୁହାଯାଇଥାଏ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ