ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତଙ୍କ ବିଗ୍ ବଜେଟ୍ :୨୬/୧୧ ଆତଙ୍କୀ ହମଲା ଉପରେ ସିନେମା କରିବାକୁ କରିଥିଲେ ପ୍ଲାନିଂ,ମୃତ୍ୟୁ ପୂର୍ବ ଦିନ ପ୍ରଯୋଜକଙ୍କ ସହ କଥା ହୋଇଥିଲେ

ମୁମ୍ବାଇ ୧୯/୧୧: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୫ମାସରୁ ଅଧିକ ହୋଇ ସାରିଲାଣି। କିନ୍ତୁ ଏବେ ସୁଦ୍ଧା ସିବିଆଇ ତରଫରୁ ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇନାହିଁ। ଅଭିନେତାଙ୍କ ମୃତ୍ୟୁକୁ ନେଇ ଏବେ ବି ବିଭିନ୍ନ ପ୍ରକାରର ଅଟକଳ ଲଗାଯାଇଥାଏ। ଏବେ ବି ତାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ନ୍ୟାୟର ଗୁହାରି କରନ୍ତି। କିନ୍ତୁ ଏହି ମାମଲାରେ ଏକ ଡେଭଲପମେଣ୍ଟ୍ ସାମନାକୁ ଆସିଛି।


ସୂଚନା ମୁତାବକ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଦିନେ ପୂର୍ବେ ଅର୍ଥାତ୍ ଜୁନ୍ ୧୩ତାରିଖରେ ଏକ ଫିଲ୍ମ ବିଷୟରେ ବୁହତ ସମୟ କଥାବାର୍ତ୍ତା କରିଥିଲେ। ସୁଶାନ୍ତ ନିର୍ଦେଶକ ନିଖିଲ ଆଡଭାନୀଙ୍କ ଫିଲ୍ମରେ କାମ କରିବାକୁ ପ୍ରସ୍ତୁତି କରୁଥିଲେ। ୨୬/୧୧ ଆତଙ୍କବାଦୀ ଆକ୍ରମଣ ଉପରେ ହେବାକୁ ଯାଉଥିବା ଏହି ଫିଲ୍ମକୁ ଅଭିଯୁକ୍ତ ଅଜମଲ କସାବକୁ ନେଇ ନିର୍ମାଣ କରିବାର ଯୋଜନା ଥିଲା। ଏହା ଉପରେ ଜୁନ୍ ୧୩ତାରିଖରେ ଟ୍ୟାଲେଣ୍ଟ ଏଜେନ୍ସିରୁ ଉଦୟ ସିଂହ ଗୌରୀ ସୁଶାନ୍ତଙ୍କ ସହ କଥା ହୋଇଥିଲେ। ସୁଶାନ୍ତଙ୍କୁ ଫିଲ୍ମ ବିଷୟରେ ବିସ୍ତାରରେ କହିଥିଲେ।


ଯାଞ୍ଚ ଏଜେନ୍ସି ସହ ପଚରାଉଚୁରାରେ ଉଦୟ କହିଥିଲେ ଯେ ସେ ଜୁନ୍ ୧୩ତାରିଖରେ ସୁଶାନ୍ତଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ ନିର୍ଦେଶକ ନିଖିଲ ଆଡଭାନି ଏବଂ ନିର୍ମାତା ରମେଶ ତଉରାନିଙ୍କୁ ମଧ୍ୟ କନଫରେନ୍ସରେ ରଖାଯାଇଥିଲା। ୭ମିନିଟ୍ ଧରି ଚାଲିଥିବା କଥାବାର୍ତ୍ତାରେ ଫିଲ୍ମର ଅନେକ ଦିଗ ଉପରେ ବିଚାର ବିମର୍ଶ କରାଯାଇଥିଲା। କେବଳ ଏତିକି ନୁହେଁ ସୁଶାନ୍ତଙ୍କ କଲ୍ ଡିଟେଲ୍ କହୁଛି ଯେ ଉଦୟଙ୍କ ସହ ତାଙ୍କର ୫ରୁ ୬ଥର କଥାବାର୍ତା ହୋଇଛି। ଜୁନ୍ ୧୫ତାରିଖରେ ଭିଡିଓ କନଫରେନ୍ସ ଜରିଆରେ ମଧ୍ୟ ସୁଶାନ୍ତଙ୍କ ସହ ଫିଲ୍ମକୁ ନେଇ କଥା ହେବାର ଯୋଜନା ଥିଲା। କିନ୍ତୁ ସୁଶାନ୍ତ ତା ପୂର୍ବ ଦିନ ଆତ୍ମହତ୍ୟା କରି ଦେଇଥିବାରୁ ଏହା ହୋଇପାରିନଥିଲା।

ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ ବେଚାରା ଥିଲା। ଫିଲ୍ମରେ ସୁଶାନ୍ତ ଏବଂ ସଞ୍ଜନାଙ୍କ ସୁନ୍ଦର କେମିଷ୍ଟ୍ରି ଦେଖିବାକୁ ମିଳିଥିଲା। ଓଟିଟିରେ ରିଲିଜ ହୋଇଥିବା ଫିଲ୍ମଟି ରେକର୍ଡ଼ ଭାଙ୍ଗିଥିଲା। ଫିଲ୍ମରେ ସୁଶାନ୍ତଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ