ରାଜ୍ୟ

ସୁଭଦ୍ରା ପାଇଁ ବଣ୍ଡା ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ମାଲକାନଗିରି: ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। ମାଲକାନଗିରି ଜିଲ୍ଲାର ଜନଜାତି ବର୍ଗର ମହିଳାଙ୍କ ମଧ୍ୟରେ ମଧ୍ୟ ଏହି ଯୋଜନାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।ଜିଲ୍ଲାରେ ବସବାସ କରୁଥିବା ବଣ୍ଡା ଜନଜାତି ମହିଳାମାନେ ଅଧିକ ସଂଖ୍ୟାରେ ଏହି ଯୋଜନା ପାଇଁ ଆବେଦନ ଜାରି ରଖିଛନ୍ତି।

ମାଲକାନଗିରି ଜିଲ୍ଲାର ବଣ୍ଡା ମହିଳାଙ୍କ ସୁଭଦ୍ରା ଫର୍ମ ପାଇଁ ପ୍ରବଳ ଉତ୍ସାହ ଦେଖାଯାଇଛି। ଜିଲ୍ଲାରେ ମୋଟ ୬୭,୮୪୮ ଜଣ ମହିଳା ପଞ୍ଜୀକରଣ କରି ସାରିଛନ୍ତି।

ଖଇରପୁଟ ବ୍ଲକର ୫ ହଜାର ୫ ଶହ ୮୪ ଜଣ ଆବେଦନକାରୀଙ୍କ ମଧ୍ୟରୁ  ଅନ୍ଦ୍ରାହାଲ, ମୁଦୁଲିପଡ଼ା, କଦମଗୁଡା, ଖଇରପୁଟ, ପାରକାନମାଲା ଓ ରାସବେଡ଼ାର ଅନେକ ବଣ୍ଡା ଜନଜାତି ମହିଳା ଉତ୍ସାହର ସହ ସୁଭଦ୍ରା ଫର୍ମ ପୂରଣ କରିଛନ୍ତି। ସେହିପରି ସୁଭଦ୍ରା ରଥକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। ମାଲକାନଗିରି ବ୍ଲକର ତମସା, କାଲିମେଳାର, ଭୁବନପଲ୍ଲୀ ଓ ତଣ୍ଡାବାଇ, ମାଥିଲିର ତେମୁରପାଲି ସମେତ ବଣ୍ଡାଘାଟିରେ ମଧ୍ୟ ରଥ ବୁଲି ଲୋକଙ୍କୁ ସଚେତନ କରିଛି।

ଚିତ୍ରକୋଣ୍ଡା ବ୍ଲକରେ ୫୧୪୨, କାଲିମେଳା ବ୍ଲକରେ ୨୦,୬୮୯,କୋରକଣ୍ଡା ବ୍ଲକରେ ୯୭୫୬, ମାଲକାନଗିରି ବ୍ଲକରେ ୧୧,୬୫୬, ମାଥିଲି ବ୍ଲକରେ ୭୫୮୫ ଓ ପଡ଼ିଆ ବ୍ଲକରେ ୪୭୪୭ ଫର୍ମ ପଞ୍ଜୀକରଣ କରାଯାଇଛି। ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ୪୮୯ ଓ ମାଲକାନଗିରି ପୌର ପରିଷଦରେ ୨୧୬୯ ଜଣ ଅର୍ଥାତ ଜିଲ୍ଲାରେ ସର୍ବମୋଟ ୬୭,୮୪୮ ଜଣ ମହିଳା ପଞ୍ଜୀକରଣ କରିଛନ୍ତି। ପ୍ରକାଶ ଥାଉ କି ଏହି ସଚେତନତା ରଥ ଚଳିତ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଞ୍ଚଳ ଗୁଡିକରେ ଭ୍ରମଣ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।