ରାଜ୍ୟ

ସୁବର୍ଣ୍ଣପୁରର ଗାଁ, ଗାଁରେ ଆନ୍ଧ୍ରପଡ଼ା; ଆନ୍ଧ୍ର ଚାଷୀଙ୍କ କବ୍‌ଜାରେ ହଜାର ହଜାର ଏକର ଚାଷ ଜମି

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ‌ଏକର ଚାଷଜମି ଏବେ ଆନ୍ଧ୍ରଚାଷୀଙ୍କ କବ୍‌ଜାରେ ରହିଛି। ପ୍ରାୟ ୨୫ ବର୍ଷ ମଧ୍ୟରେ ଆନ୍ଧ୍ରଚାଷୀଙ୍କ ସଂଖ୍ୟା ଜିଲ୍ଲାରେ ଢେର ବଢ଼ିଛି। ଜିଲ୍ଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକ୍‌ରେ ଆନ୍ଧ୍ରଚାଷୀମାନେ ଧାନଚାଷ କରୁଥିବା ବେଳେ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକ୍‌ରେ ଧାନ, କପା ଓ ମାଛଚାଷ କରୁଥିବା ଜଣାଯାଇଛି।

ଆନ୍ଧ୍ରଚାଷୀମାନେ ଏଠାକୁ ଆସି ତାଙ୍କର କାୟା ବିସ୍ତାର କରିଚାଲିଛନ୍ତି। ଜିଲ୍ଲାର ଚାଷୀମାନଙ୍କ ଆବଶ୍ୟକ ଜ୍ଞାନକୌଶଳ ଅଭାବରୁ ଚାଷରେ ବିଭିନ୍ନ ସମୟରେ କ୍ଷତି ସହୁଛନ୍ତି। ଏହାର ଫାଇ‌ଦ‌ା ନେଇଛନ୍ତି ଆନ୍ଧ୍ରଚାଷୀ। ଏହାର ସୁଯୋଗ ନେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ରାଜମହେନ୍ଦ୍ରୀ, ପାର୍ବତୀପୁରମ, ଶିକାକୁଲମ ଓ ପୂର୍ବ ଗୋଦାବରୀ ଆଦି ଦୂରସ୍ଥାନରୁ ଆନ୍ଧ୍ରଚାଷୀମାନେ ସୁବର୍ଣ୍ଣପୁର ଜିଲ୍ଲାକୁ ଆସି ଚାଷଜମି କ୍ରୟ କରୁଛନ୍ତି। ଜିଲ୍ଲାର ଗରିବ ଚାଷୀଙ୍କଠାରୁ ଆନ୍ଧ୍ରଚାଷୀ କମ୍‌ ମୂଲ୍ୟରେ ଚାଷ ଜମିଗୁଡ଼ିକ କ୍ରୟ କରୁଥିବା ଅଭିଯୋଗ ହେଉଛି।

ଆନ୍ଧ୍ରପ୍ରଦେଶର ଲୋକେ ଏଠାକୁ ଆସି ପ୍ରଥମେ ଲୋକଙ୍କ ସହ ମିଳାମିଶା କରି ପରେ ଜମି ଦଲାଲ ଓ ମଧ୍ୟସ୍ଥିଙ୍କ ଜରିଆରେ ଜମି କ୍ରୟ କରୁଛନ୍ତି। ଜିଲ୍ଲାର ଅନେକ କ୍ଷୁଦ୍ରଚାଷୀ ସେମାନଙ୍କର ପୈତୃକ ସମ୍ପତ୍ତିକୁ କମ୍‌ ମୂଲ୍ୟରେ ବିକ୍ରି କରିସାରିଛନ୍ତି। ଡୁଙ୍ଗୁରିପାଲି, ବିନିକା, ତରଭା, ସୋନପୁର, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ୍‌ର ପ୍ରାୟ ପଚାଶରୁ ଅଧିକ ଗାଁରେ କିଛି ବର୍ଷ ହେବ ଆନ୍ଧ୍ରଚାଷୀମାନେ ହଜାର ହଜାର ଚାଷଜମି କ୍ରୟ କରି ଦଖଲ କରିସାରିଲେଣି। କେତେକ ଗ୍ରାମରେ ସେମାନେ ସରକାରୀ ଜମି, ଗୋଚର ଜମି, ଜଙ୍ଗଲ ଜମିକୁ ମଧ୍ୟ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏପରିକି ଗ୍ରାମାଞ୍ଚଳରେ ଆନ୍ଧ୍ରପଡ଼ା, ଆନ୍ଧ୍ରଡେରା, ଆନ୍ଧ୍ର କଲୋନି ମଧ୍ୟ ଦେଖିବାକୁ ମିଳୁଛି।

ଏ ସମ୍ପର୍କରେ ବିନିକା ତହସଲିଦାର ମୁକ୍ତେଶ୍ବର ପାଣିଗ୍ରାହୀଙ୍କୁ ଯୋଗଯୋଗ କରାଯିବାରେ ସେ କହିଥିଲେ, ବହୁବର୍ଷ ହେଲା ବାହାର ରାଜ୍ୟ ଲୋକେ ଏଠାକୁ ଆସି ଜମି କିଣୁଛନ୍ତି। ଜମି କିଣାବିକାରେ ସେମିତି କିଛି କଟକଣା ନାହିଁ ବୋଲି ସେ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।