ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁପ୍ରିମ୍‌କୋର୍ଟରେ ସଂରକ୍ଷଣ-ବିରୋଧୀ ଆବେଦନ ଖାରଜ

ନୂଆଦିଲ୍ଲୀ: ଜନୈକ ଆଇନଜୀବୀ ସଚିନ ଗୁପ୍ତା ପର୍ଯ୍ୟାୟକ୍ରମେ ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥାକୁ ହଟାଇ ଏକ ବିକଳ୍ପ ବ୍ୟବସ୍ଥା ଲାଗୁ କରିବା ପାଇଁ କରିଥିବା ଜନସ୍ବାର୍ଥ ମାମଲାକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏଥିସହ ଆବେଦନକାରୀଙ୍କ ଉପରେ ୨୫,୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି।

ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ଉକ୍ତ ପିଟିସନକୁ ଅଗମ୍ଭୀର ଓ ମୂର୍ଖତାପୂର୍ଣ୍ଣ କହି ଉପରୋକ୍ତ ଜରିମାନା ଲଗାଇଛନ୍ତି। ଏପରି ଅର୍ଥହୀନ ପିଟିସନ ଦାଏର କରି କୋର୍ଟର ସମୟ ନଷ୍ଟ କରିଥିବାରୁ ଖଣ୍ଡପୀଠ ଆଇନଜୀବୀଙ୍କୁ ଭର୍ତ୍ସନା କରିଥିଲେ। ଏହି ଜରିମାନା ଅର୍ଥ ଆଇନଜୀବୀଙ୍କ କଲ୍ୟାଣ ପାଣ୍ଠିକୁ ଯିବ ବୋଲି କୋର୍ଟ କହିଛନ୍ତି। ସମାନ ଆବେଦନକାରୀଙ୍କର ଜାତି ବ୍ୟବସ୍ଥାର ପୁନଃବର୍ଗୀକରଣ ପାଇଁ କରାଯାଇଥିବା ଆଉ ଏକ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ