ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁପ୍ରିମ୍‌କୋର୍ଟରେ ମିଳିବ କାଗଜ-ବିହୀନ ସୁବିଧା

ନୂଆଦିଲ୍ଲୀ : ଗ୍ରୀଷ୍ମାବକାଶ ପରେ ନୂତନ କାଗଜ-ବିହୀନ ସୁବିଧା ସହ ସୁପ୍ରିମ୍‌କୋର୍ଟର କାର୍ଯ୍ୟ ପୁନଶ୍ଚ ଆରମ୍ଭ ହୋଇଛି। ଆଇନଜୀବୀ, ମାମଲାକାରୀ ଓ ଅନ୍ୟମାନଙ୍କ ପାଇଁ ମାଗଣା ୱାଇଫାଇ ସୁବିଧା ପ୍ରଦାନ କରାଯାଇଛି।

ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, କୋର୍ଟ ନଂ ୧ରୁ ୫ ପର୍ଯ୍ୟନ୍ତ ମାଗଣା ୱାଇଫାଇ ସେବା ଉପଲବ୍ଧ କରାଯାଇଛି ଏବଂ ଖୁବ୍‌ଶୀଘ୍ର ବାର୍‌ ରୁମ୍‌ଗୁଡ଼ିକରେ ବି ଏହି ସୁବିଧା ପ୍ରଦାନ କରାଯିବ। ଏଣିକି ଆଉ ବହି ଓ କାଗଜର ଆବଶ୍ୟକତା ପଡ଼ିବ ନାହିଁ। କିନ୍ତୁ ତା’ ମାନେ ନୁହେଁ ଯେ, କୋର୍ଟ ବହି ଓ କାଗଜରେ ବିଶ୍ବାସ କରେ ନାହିଁ। ଅନେକ ବୈଷୟିକ ସୁବିଧା, ଅଧିକ ସ୍କ୍ରିନ୍ ଏବଂ ଉନ୍ନତତର ଭିଡ଼ିଓ କନ୍‌ଫରେନ୍ସିଂ ସୁବିଧା ଆଦି ସହ ଆଧୁନିକ ଡିଜାଇନରେ ଛୁଟି ପରେ କୋର୍ଟରୁମ୍‌ଗୁଡ଼ିକର ଚେହେରା ବଦଳିଯାଇଛି। ସୁପ୍ରିମ୍‌କୋର୍ଟରେ ଇ-ପଦକ୍ଷେପର ଅଂଶ ସ୍ବରୂପ ଆଇନଜୀବୀ, ମାମଲାକାରୀ, ସାମ୍ବାଦିକ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଗଣା ୱାଇଫାଇ ସୁବିଧା ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ