ଖେଳ

ସୁପର ସଣ୍ଡେରେ ହେବ ସୁପର ଫାଇଟ : ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ ଭାରତ-ପାକ୍

ନୂଆଦିଲ୍ଲୀ ୦୪/୦୮: ଅକ୍ଟୋବର ୧୭ରୁ ଆରମ୍ଭ ହେବ ICC ପୁରୁଷ ଟି-୨୦ ବିଶ୍ବକପ୍‌ ୨୦୨୧ । ଏହି ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ନଭେମ୍ବର ୧୪ ଯାଏଁ ଓମାନ ଓ ୟୁଏଇରେ ଖେଳାଯିବ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ହେଲେ ଏହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ଗୋଟିଏ ଗ୍ରୁପରେ ଅଛନ୍ତି ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଆଉ ଅକ୍ଟୋବର ୨୪ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ।


କ୍ରିକେଟ ପ୍ରେମୀ ଦେଖିବେ ସୁପର ସଣ୍ଡେ ମୁକାବିଲା । ICC ପକ୍ଷରୁ ଘୋଷଣା କରାଯାଇଥିବା ଅନୁସାରେ, ରାଉଣ୍ଡ-୧ ମୁକାବିଲା ବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୮ଟି ଟିମ୍‌ ସାମିଲ ହୋଇଛନ୍ତି । ସେମାନଙ୍କୁ ଗ୍ରୁପ୍‌ ଏ ଓ ଗ୍ରୁପ୍‌ ବିରେ ବିଭକ୍ତ କରାଯାଇଛି । ଗ୍ରୁପ୍‌ ଏରେ ଶ୍ରୀଲଙ୍କ, ଆୟର୍ଲାଣ୍ଡ, ନେଦରଲାଣ୍ଡ ଓ ନାମ୍ବିଆ ଥିବା ବେଳେ ଗ୍ରୁପ୍‌ ବିରେ ବାଂଲାଦେଶ, ସ୍କଟଲାଣ୍ଡ, ପାପୁଆ ନ୍ୟୁ ଗୁନିଆ, ଓମାନ ରହିଛନ୍ତି । ଗ୍ରୁପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଉଭୟ ଗ୍ରୁପର ଟପ୍‌-୨ ଟିମ୍‌ ସୁପର ୧୨ ମୁକାବିଲାରେ ପ୍ରବେଶ କରିବେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ