ଦେଶ ବିଦେଶ ମନୋରଞ୍ଜନ

ସୁନ୍ଦରତାର ସିକ୍ରେଟ୍ କହିଲେ ମାଧୁରୀ ଦୀକ୍ଷିତ, ଏହି ହୋମମେଡ଼୍ ଫେସପ୍ୟାକ୍ ବ୍ୟବହାର କରନ୍ତି ଧକଧକ୍ ଗାର୍ଲ

ମୁମ୍ବାଇ ୦୬/୦୨ : ବଲିଉଡର ଏଭରଗ୍ରୀନ୍ ବ୍ୟୁଟି ମାଧୁରୀ ଦୀକ୍ଷିତ ୫୩ ବର୍ଷ ବୟସରେ ପାଦ ଦେଲେଣି କିନ୍ତୁ ଏହି ବୟସରେ ମଧ୍ୟ ତାଙ୍କ ସୁନ୍ଦରତାର କୌଣସି ତୁଳନା ନାହିଁ । ମାଧୁରୀ ଯେତେଯେତେ ବୟସର ପାହାଚ ଚଢିଚଢି ଯାଉଛନ୍ତି, ତାଙ୍କର ସୁନ୍ଦରତା ସେତେ ବଢିବଢି ଯାଉଛି । ତାଙ୍କର ସ୍କିନ୍ ଆଜି ମଧ୍ୟ ବହୁତ ଉଜ୍ୱଳ ଦେଖାଯାଉଛି ଏବଂ ସେ ଏହା ପାଇଁ କୌଣସି ବାହାର ପ୍ରଡକ୍ଟ ବ୍ୟବହାର ନକରି ବରଂ ଘରୋଇ ଉପାୟରେ ନିଜ ସ୍କିନର ଧ୍ୟାନ ରଖିଥାନ୍ତି । ଯଦି ଆପଣ ମଧ୍ୟ ଆଭିନେତ୍ରୀଙ୍କ ଭଳି ଯୁବ ଏବଂ ସୁନ୍ଦର ଦେଖାଯିବାକୁ ଚାଁହୁଛନ୍ତି ତେବେ ସେ କହିଥିବା ଫେସ୍‌ପ୍ୟାକର ବ୍ୟବହାର କରନ୍ତୁ ।

ଅଏଲି ସ୍କିନ୍ ପାଇଁ :

ପେସା ହୋଇଥିବା ଓଟ୍ସ – ୧ ବଡ ଚାମଚ

ମହୁ – ୧ ବଡ ଚାମଚ

କ୍ଷୀର କିମ୍ବା ଗୋଲାପ ଜଳ – ୧ ବଡ ଚାମଚ

କେମିତି କରିବେ ବ୍ୟବହାର :

-ସର୍ବପ୍ରଥମେ ଏହି ସବୁ ଜିନିଷକୁ ଭଲଭାବରେ ମିଶାଇ ପେଷ୍ଟ କରନ୍ତୁ ।

-ଏହାକୁ ଲଗାଇବା ପୂର୍ବରୁ ଚେହେରାକୁ ଭଲଭାବରେ ପାଣିରେ ଧୋଇଦିଅନ୍ତୁ । ଆପଣ ଚାହିଁଲେ ଫେସୱାସର ମଧ୍ୟ ବ୍ୟବହାର କରିପାରିବେ ।

– ଏବେ ଏହି ପେଷ୍ଟକୁ ନିଜର ମୁଁହ ଏବଂ ବେକରେ ୨୦ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ।

-ସୁଖିବାପରେ ଏହାକୁ ଭଲଭାବରେ ଧୋଇଦିଅନ୍ତୁ ।

ନୋଟ୍ – ଏହି ଫେସପ୍ୟାକ୍ ମୁଁହର ଶୁଖିଲା ଏବଂ ଡଲନେସ୍ ଦୂରକରି ସଫ୍ଟ କରିଥାଏ ।

ଡ୍ରାଏ ସ୍କିନ୍ ପାଇଁ :

ଏଲୋଭେରା ଜେଲ୍ – ୧ ଛୋଟ ଚାମଚ

କ୍ଷୀର – ୧ ଛୋଟ ଚାମଚ

ନଡ଼ିଆ ତେଲ – ଦୁଇ ବୁନ୍ଦା

ମହୁ – ୧ ବଡ ଚାମଚ

କେମିତି କରିବେ ବ୍ୟବହାର

-ଏହିସବୁ ଜିନିଷକୁ ଭଲଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

-ଏହାପରେ ମୁଁହରେ ୨୦ମିନିଟ୍ ପର୍ଯ୍ୟନ୍ତ ଫେସପ୍ୟାକ୍ କୁ ଲଗାଇ ରଖନ୍ତୁ ।

– ଶୁଖିଲାପରେ ପାଣିରେ ଭଲଭାବରେ ମୁଁହକୁ ଧୋଇଦିଅନ୍ତୁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ