ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସୁନ୍ଦରଗଡ଼ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ: ଭିତ୍ତିଭୂମି ଅନୁଧ୍ୟାନ କଲା କେନ୍ଦ୍ର ବୈଷୟିକ ଟିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଓଡ଼ିଶାର ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପ୍ରତିଷ୍ଠା ପ୍ରସ୍ତାବ ପରେ ଆଜି କେନ୍ଦ୍ରୀୟ ଵୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି। ଭୁଵନେଶ୍ବର ଏମ୍ସ ନିର୍ଦ୍ଦେଶିକା ଵି. ଗୀତାଞ୍ଜଳିଙ୍କ ନେତୃତ୍ବରେ ୯ ଜଣିଆ ଟିମ୍ ଆଜି ପୂର୍ବାହ୍ନ ୧୦ଟାରେ ସୁନ୍ଦରଗଡ଼ ଶଙ୍କରାରେ ନଵନିର୍ମିତ ଏନଟିପିସି ଭେଷଜ ମହାଵିଦ୍ୟାଳୟ ଓ ହସ୍ପିଟାଲକୁ ଯାଇ ଅନୁଧ୍ୟାନ କରିଛନ୍ତି।

ଟିମରେ ନୂଆଦିଲ୍ଲୀ ଏମ୍ସ ମେଡିକାଲ ଅଧୀକ୍ଷକ ଡ. ଡି.କେ. ଶର୍ମା, ନୂଆଦିଲ୍ଲୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଭେଷଜ ଶିକ୍ଷା ନିର୍ଦ୍ଦେଶକ ଡ. ସଂଜୟ ରଏ, ନିର୍ଦ୍ଦେଶକ ନରେନ୍ଦ୍ର କୁମାର ଓଝା, ନୂଆଦିଲ୍ଲୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ସ୍ଥପତି ରାଜୀବ କନୌଜିଆ, ଓଡ଼ିଶା ସରକାରଙ୍କ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ଡ. ସି.ବି.କେ. ମହାନ୍ତି, ବ୍ରଜକିଶୋର ଦାସ, ପ୍ରକାଶଚନ୍ଦ୍ର ମହାନ୍ତି ଓ ଭୁବନେଶ୍ବର ଏମ୍ସ ଉପ ନିର୍ଦ୍ଦେଶକ ପି.କେ. ରାୟ ଅନୁଧ୍ଯାନ କରିଥିଲେ। ଭିତ୍ତିଭୂମି ନିରୀକ୍ଷଣ କରି କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ଦେବା ପରେ ତା’ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ଵିଭାଗ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଵେ ଵୋଲି ସୂଚନା ରହିଛି।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଓକିଲ ସଂଘ ଓ ନାଗରିକ କମିଟି ଟିମକୁ ଭେଟି ଏମ୍ସ ପ୍ରତିଷ୍ଠା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ୨୦୨୦ ନଭେମ୍ବରରେ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେବା ଓ ମାର୍ଚ୍ଚ ଶେଷ ସପ୍ତାହରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ରୀୟ ଟିମର ଅନୁଧ୍ୟାନ ରିପୋର୍ଟ ଓଡିଶାରେ ଦ୍ଵିତୀୟ ଏମ୍ସର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ପ୍ରକାଶ ପାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ