ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁନ୍ଦରଗଡ଼: ୬୦ ପ୍ରତିଶତ ଯୁବବର୍ଗଙ୍କ ହାତ ଖାଲି, ମୁହଁ ଖୋଲୁନାହାନ୍ତି ଲୋକପ୍ରତିନିଧି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଶିକ୍ଷିତ ଯୁବକଯୁବତୀଙ୍କ କପାଳରେ ଲେଖାହୋଇଛି ଦାଦନ ଯନ୍ତ୍ରଣା! ନିଜମାଟିରେ ଉପେକ୍ଷିତ ଶ୍ରମଜୀବୀ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି। ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ଥାଇ ମଧ୍ୟ ଜିଲ୍ଲାର ବହୁ ଯୁବବର୍ଗଙ୍କ ହାତ ଖାଲି। ଏହି ସଂଖ୍ୟା ୬୦ ପ୍ରତିଶତରୁ ଅଧିକ ବୋଲି କୁହାଯାଉଛି। ବଡ଼କଥା  ହେଲା, ଉପେକ୍ଷିତ ଜନତାଙ୍କ ସ୍ବରହେବାକୁ ଶପଥ ନେଇଥିବା ସ୍ଥ‌ାନୀୟ ଲୋକ ପ୍ରତିନିଧି: ବିଧାୟକଙ୍କଠାରୁ ସାଂସଦ, ଜିଲ୍ଲା ପରିଷଦ ସଦସ୍ୟ ଯାଏ କେହି ବି ଜୀବନଜୀବିକାର ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏ ଯାଏ ମୁହଁ ଖୋଲିନାହାନ୍ତି। ସେମାନଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିଥିବା ଲୋକ ରୋଜଗାର ନପାଇ କଲବଲ ହେବା ଏବଂ ଶେଷକୁ ଭିଟାମାଟି ଛାଡି ଦାଦନ ଖଟି ଯାଉଥିଲେ ଏହି ପ୍ରତିନିଧିମାନେ ନିରବ ରହିଛନ୍ତି।

ଏକ ବେସରକାରୀ ତଥ୍ୟାନୁସାରେ, ଜିଲ୍ଲାରୁ ପ୍ରତିବର୍ଷ ୩୦ ହଜାରରୁ ଅଧିକ ଯୁବକଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲ୍ଲାର ଅନେକ ବୃହତ୍‌ ଓ ମଧ୍ୟମ ଶିଳ୍ପସଂସ୍ଥା ତଥା ଲୁହାପଥର ଓ ମାଙ୍ଗାନିଜ ଖଣିରେ ସ୍ଥାନୀୟଙ୍କୁ ଉପେକ୍ଷା କରି ବାହାର ରାଜ୍ୟ ଓ ଜିଲ୍ଲାର କର୍ମଚାରୀ, ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଛି। ଉଦାହରଣସ୍ବରୂପ,ଏମ୍‌ସିଏଲ୍‌ର ନିଯୁକ୍ତି ତାଲିକାରେ ଥିବା ଅନେକ ବିସ୍ଥାପିତଙ୍କ ବୟସ ଗଡ଼ିଗଲାଣି। କିନ୍ତୁ, ବିଭିନ୍ନ ଆଳରେ ସେ ପ୍ରକ୍ରିୟାକୁ ଘୁଞ୍ଚାଇ ଚାଲିଛି କମ୍ପାନି। ଦର୍ଲିପାଲି ଏନ୍‌ଟିପିସିରେ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେବାକୁ ସର୍ତ୍ତ ଥିଲେ ମଧ୍ୟ ତାକୁ କର୍ତ୍ତୃପକ୍ଷ ଖୋଲାଖୋଲି ଉପେକ୍ଷାକରି ଚାଲିଥିବା ଅଭିଯୋଗ ହୋଇଛି। କମ୍ପାନିରେ ନିୟୋଜିତ ୧୪ ଶହ କର୍ମଚାରୀ, ଶ୍ରମିକଙ୍କ ମଧ୍ୟରୁ ମାତ୍ର ୪୦୮ ଜଣ ସ୍ଥାନୀୟ ଅଞ୍ଚଳର। ସେହିପରି, ତାପଜ ବିଦ୍ୟୁତ୍‌ ଶକ୍ତିର ପରିଚାଳନା ଦାୟିତ୍ବ ରାଜ୍ୟ ବାହାରର ଏକ ଠିକାସଂସ୍ଥାକୁ ଦିଆଯାଇଥିବାବେଳେ ସେ ନିଯୁକ୍ତ କରିଥିବା ୪୦ରୁ ଅଧିକ ଠିକାସଂସ୍ଥା ବାହାର ରାଜ୍ୟର। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ପ୍ରତିବାଦ, ଆନ୍ଦୋଳନ  କରିଥିଲେ, କିନ୍ତୁ କମ୍ପାନି ଶୁଣୁନାହିଁ।

ଅନ୍ୟପକ୍ଷରେ, ଡିଏମ୍‌ଏଫ୍‌ ଓ ଓମ୍‌ବାଡ୍‌ସିରୁ କୋଟି କୋଟି ଟଙ୍କା ବିନିଯୋଗରେ ଜିଲ୍ଲା ବିକାଶର ଛୋଟବଡ଼ ପ୍ରକଳ୍ପ ନିର୍ମାଣ ଚାଲିଛି। ଏଥିରେ ଗ୍ଲୋବାଲ୍‌ ଟେଣ୍ଡର ନାମରେ ସ୍ଥାନୀୟ ଠିକାଦାରଙ୍କୁ ଜାଣିଶୁଣି ଉପେକ୍ଷା କରାଯାଉଛି। ଜିଲ୍ଲାର ହେମଗିର, କୁତ୍ରା ଓ ରାଜଗାଙ୍ଗପୁରରେ ଓମ୍‌ବାଡ୍‌ସିର ୩୧୨ କୋଟି ବ୍ୟୟରେ ନିର୍ମାଣ ହେଉଥିବା ବୃହତ୍‌ ପାନୀୟଜଳ ପ୍ରକଳ୍ପକୁ ଉଦାହରଣ ଭାବେ ନିଆଯାଇପାରେ। ଏ ପ୍ରକଳ୍ପ କାମ ରାଜସ୍ଥାନର ବାଲାଜୀ କନ୍‌ଷ୍ଟ୍ରକ୍ସନ ଓ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଓ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ସକୁ ଦିଆଯାଇଛି। ଠିକାଦାର ତ ରାଜ୍ୟ ବାହାରର, ତା’ ସହ କର୍ମଚାରୀ, ତଦାରଖକାରୀ ଏପରିକି ଶ୍ରମିକ ମଧ୍ୟ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର। ଭବାନୀଭବନ ଖେଳପଡ଼ିଆରେ ବିବିଧ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ, ବିଜୁଳିବନ୍ଧ ସୌନ୍ଦର୍ଯ୍ୟୀକରଣ, ଏମ୍‌ସିଏଲ୍‌ କୋଇଲା ପରିବହନ ପାଇଁ କଲେଜ-ଶଙ୍କରା ବାଇପାସ୍‌ ରାସ୍ତା ନିର୍ମାଣ, ଭ୍ରାମ୍ୟମାଣ ଚିକିତ୍ସା, ଆମ୍ବୁଲାନ୍ସ ପରିଚାଳନା, ସୁନ୍ଦରଗଡ଼ ଅଭିଯୋଗକେନ୍ଦ୍ର (କଲ୍‌ ସେଣ୍ଟର୍‌), ଅଙ୍ଗନବାଡ଼ି ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟବର୍ଦ୍ଧକ ଚିକି ଓ ସ୍ପିରିଲୁନା ଯୋଗାଣ, ପୁନର୍ବାସ ଓ ଥଇଥାନ, ଶିକ୍ଷାନୁଷ୍ଠାନ ବେଞ୍ଚ ଓ ଡେସ୍କ କିଣା, ଡିଜି ସେଟ୍‌ କ୍ରୟ, ଶିକ୍ଷାନୁଷ୍ଠାନ ଭର୍ଚୁଆଲ୍‌ କ୍ଲାସ୍‌, ସୁଦକ୍ଷ ତାଲିମ କାର୍ଯ୍ୟକ୍ରମ ଆଦି ବାହାର ସଂସ୍ଥା ଓ ଠିକାଦାରଙ୍କୁ ଦିଆଯାଇଛି। ଏପରିକି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟର ଆକର୍ଷଣୀୟ ପ୍ରଚାର, ପ୍ରସାର ପାଇଁ ମଧ୍ୟ ଜିଲ୍ଲା ବାହାରର ଏକ ସଂସ୍ଥାକୁ ଠିକା ଦିଆଯାଇଛି। ସେହିପରି, ଖଣିଜ ପ୍ରତିଷ୍ଠାନ ପରିଚାଳନା ପାଇଁ ଟେଣ୍ଡରପ୍ରାପ୍ତ ବହିଃଉତ୍ସ ସଂସ୍ଥା ‘ଚଏସ୍‌’ରେ ନିୟୋଜିତ ୩୦ରୁ ଅଧିକ କର୍ମଚାରୀଙ୍କ ମଧ୍ୟରୁ ଜଣେ ଦି’ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ବାହାର ଜିଲ୍ଲା ଓ ବାହାର ରାଜ୍ୟର ବୋଲି ଜଣାପଡ଼ିଛି।

ଅନ୍ୟ ଏକ ଉଦାହରଣ ହେଲା ଡିଏମ୍‌ଏଫ୍‌ ଅନୁଦାନରେ ୨୦୨୦ ଡିସେମ୍ବରରେ କାର୍ଯ୍ୟକାରୀ ହୋଇଥିବା ‘ମାଇକ୍ରୋ ପ୍ରୋଜେକ୍ଟ।  ଜିଲ୍ଲାର ୬ଟି ଖଣି ପ୍ରଭାବିତ ହେମଗିର, କୋଇଡ଼ା, କୁତ୍ରା, ଲହୁଣିପଡ଼ା, କୁଆରମୁଣ୍ଡା ଓ ରାଜଗାଙ୍ଗପୁର ବ୍ଲକ୍‌ରେ ବସବାସ କରୁଥିବା ଲୋକଙ୍କ ସାମାଜିକ ଓ ଆର୍ଥିକସ୍ଥିତି ବିଷୟରେ ଜାଣିବା ପାଇଁ କେବଳ ସର୍ଭେ କରାଯାଇଥିଲା। ଘର ଘର ବୁଲି ପ୍ରାୟ ୪୦ ହଜାର ପରିବାର ଲୋକଙ୍କ ମତାମତ ନିଆଯାଇଥିଲା। ଏହି ସର୍ଭେ କାମ ପାଇଁ ମଧ୍ୟ ସ୍ଥାନୀୟ କୌଣସି ସଂସ୍ଥାକୁ ସୁଯୋଗ ମିଳି ନ ଥିଲା। ଏହାର ଦାୟିତ୍ବ ମଧ୍ୟ ବାହାର ସଂସ୍ଥା ୱାଇଏସ୍‌ଡି, ନିୟତି ଫାଉଣ୍ଡେସନ ଓ ସାରଦା ଅନୁଷ୍ଠାନକୁ ଦିଆଯାଇଥିଲା।
ସ୍ଥାନୀୟ ପାଠୁଆଙ୍କ ଦକ୍ଷତା ନାହିଁ, ତେଣୁ ସେମାନେ ନିଯୁକ୍ତି ପାଉ ନାହାନ୍ତି ବୋଲି କେହି କେହି ଯୁକ୍ତି କରନ୍ତି। କିନ୍ତୁ, ଯଦି ଅନ୍ୟ ରାଜ୍ୟର କଳକାରଖାନାରେ ସ୍ଥାନୀୟ ଅଞ୍ଚଳର ଯୁବକଯୁବତୀ ନିଯୁକ୍ତି ପାଇପାରୁଛନ୍ତି, ତେବେ ନିଜ ଅଞ୍ଚଳରେ ସେମାନଙ୍କୁ ଅଣଦେଖା କରାଯାଉଛି କେମିତି? ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ବୁଦ୍ଧିଜୀବୀମାନେ କହିଛନ୍ତି, ପ୍ରକୃତରେ ପ୍ରାଶାସନିକ କାରସାଦି ଓ ସ୍ଥାନୀୟ ନେତୃତ୍ବର ଉଦାସୀନତା କାରଣରୁ ଦୁଆରମୁହଁରେ କୋଟି କୋଟିର ପ୍ରକଳ୍ପ, ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଜିଲ୍ଲାର ଶହ ଶହ ପାଠୁଆ ଯୁବକଯୁବତୀଙ୍କ ହାତରେ ନିଯୁକ୍ତି ନାହିଁ କି ରୋଜଗାର ନାହିଁ। ତେଣୁ ଦାଦନ ଯିବା ବ୍ୟତୀତ ତାଙ୍କ ଆଗରେ ଅନ୍ୟ ବାଟ ନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।