ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁନ୍ଦରଗଡ଼ ଆଉ ଏକ ନଗଡ଼ା! ୫,୬୩୩ ଶିଶୁ ଅପପୁଷ୍ଟିର ଶିକାର

ରାଉରକେଲା : ସୁନ୍ଦରଗଡ଼ରେ ବାଟବଣା ହୋଇଛି ଶିଶୁବିକାଶ ଯୋଜନା। ଜିଲ୍ଲାରେ ହଜାର ହଜାର ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏହା ଆଉ ଏକ ନଗଡ଼ା ବୋଲି ଆଲୋଚନା ହେଉଛି। ଶିଶୁମାନଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଯଥା ଅଣ୍ଡା, ଛତୁଆ, ସ୍ପିରୁଲିନା ଲଡ଼ୁ ଆଦି ଖାଇବାକୁ ଦିଆଯାଉଥିଲେ ହେଁ ଜିଲ୍ଲାରେ ଅପପୁଷ୍ଟି ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା କମୁନି। କେବଳ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି ତା ନୁହେଁ, ବୟସ ଅନୁପାତରେ ଶିଶୁମାନଙ୍କର ଓଜନ ମଧ୍ୟ ଢେର କମୁଛି।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାର ମୋଟ ୧ଲକ୍ଷ ୨୪ ହଜାର ୮୩୮ ଶିଶୁଙ୍କ ମଧ୍ୟରୁ ୫ ହଜାର ୬୩୩ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏଥିମଧ୍ୟରୁ ଅତିଶୟ ଅପପୁଷ୍ଟିର ଶିକାର ହୋଇଛନ୍ତି ୧୦୫୬ ଶିଶୁ। ଜିଲ୍ଲାର ବାଲିଶଙ୍କରା, କୁଆରମୁଣ୍ଡା ଓ ଗୁରୁଣ୍ଡିଆରେ ସ୍ଥିତି ଅଧିକ ଖରାପ। ଗୁରୁଣ୍ଡିଆ ବ୍ଲକ୍‌ରେ ୫, ୦୩୭ ଶିଶୁଙ୍କ ମଧ୍ୟରୁ ୩୪୦ ଶିଶୁ ଅପପୃଷ୍ଟି ଓ ୧୩୧ ଶିଶୁ ଅତିଶୟ ଅପପୁଷ୍ଟିର ଶିକାର ହୋଇଛନ୍ତି। କୁଆରମୁଣ୍ଡା ବ୍ଲକ୍‌ରେ ୬,୯୮୫ ଶିଶୁଙ୍କ ମଧ୍ୟରୁ ୩୯୭ ଶିଶୁ ଅପପୁଷ୍ଟି ଓ ୧୨୩ ଶିଶୁ ଅତିଶୟ ଅପପୁଷ୍ଟିର ଶିକାର ହୋଇଛନ୍ତି। ଜିଲ୍ଲାର ତୃତୀୟ ସ୍ଥାନରେ ରହିଛି ବାଲିଶଙ୍କରା ବ୍ଲକ୍‌। ମୋଟ ୫, ୫୯୭ ଶିଶୁଙ୍କ ମଧ୍ୟରୁ ୩୩୮ ଶିଶୁ ଅପପୁଷ୍ଟି ଓ ୧୧୨ ଅତିଶୟ ଅପପୁଷ୍ଟିର ଶିକାର ହୋଇଛନ୍ତି। ସ୍ମାଟସିଟି ରାଉରକେଲା ସହର ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ସହରର ୫୨ ଶିଶୁ ଅତିଶୟ ଅପପୁଷ୍ଟିର ଶିକାର ହୋଇଛନ୍ତି।

ଅନୁରୂପ ଭାବେ ଜିଲ୍ଲାରେ ମୋଟ ୨୦ ହଜାର ୯୯୯ ଶିଶୁଙ୍କର ବୟସ ଅନୁପାତରେ ଓଜନ କମ୍‌ ରହିଛି। ଏହି କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି କୋଇଡ଼ା ବ୍ଲକ୍‌। ଏଠାରେ ୮,୮୧୨ ଶିଶୁଙ୍କ ମଧ୍ୟରୁ ୧୭୬୯ ଶିଶୁଙ୍କ ଓଜନ କମ୍‌ ରହିଛି। ଜିଲ୍ଲାରେ ବର୍ଷ ବର୍ଷ ଧରି ଶିଶୁମାନଙ୍କୁ ଦିଆଯାଉଥିବା ଭିଟାମିନ୍‌ଯୁକ୍ତ ଛତୁଆ, ଲଡ଼ୁର ଆଦି ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।