ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁନାଗହଣା ଲୁଟ୍‌ର ନୂଆ ତରିକା: ତନ୍ତ୍ରମନ୍ତ୍ର ଆଳରେ ମହିଳାଙ୍କୁ ଲୁଟୁଛନ୍ତି ଦୁର୍ବୃତ୍ତ

ରାଉରକେଲା: ଲୁଟେରାଙ୍କ ଲୁଟ୍‌ର ନୂଆ ତରିକା ଏବେ ତନ୍ତ୍ରମନ୍ତ୍ର। କିଛି ମାସ ହେବ ଲୁଟେରାମାନେ ନୂଆଶୈଳୀରେ ସୁନାଗହଣା ଲୁଟ୍‌ କରି ଆଖି ଆଖି ପିଛୁଳାକେ ଘଟଣା ସ୍ଥଳରୁ ଚମ୍ପଟ ମାରୁଛନ୍ତି। ଏସବୁ ଘଟଣା ସହରର ବିଭିନ୍ନ ଥାନାରେ ଅଭିଯୋଗ ହେଉଛି। କିନ୍ତୁ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚିପାରୁନି।

ଚଳିତ ମାସ ୭ ତାରିଖ ସକାଳେ ବାସନ୍ତୀ କଲୋନି ଅଞ୍ଚଳର ଜଣେ ମହିଳା ତାରିଣୀ ମନ୍ଦିର ଯିବେ ବୋଲି ପାଖ ଦୋକାନକୁ ଫୁଲ କିଣିବାକୁ ଯାଇଥିଲେ। ବାଟରେ ଚାଲି ଚାଲି ଫେରୁଥିବାବେଳେ ନିକଟ ଔଷଧ ଦୋକାନ ନିକଟରେ ୨ ଜଣ ଦୁର୍ବୃତ୍ତ (ବୟସ ପ୍ରାୟ ୩୦/୩୫ ହେବ) ତାଙ୍କୁ ଅଟକାଇ ପରିଚିତ ଲୋକଙ୍କ ପରି ଘର କିଛି ସମସ୍ୟା ସଂପର୍କରେ ପଚାରିଥିଲେ। ସ୍ବାମୀ କିଛି ବର୍ଷ ହେବ ଆରପାରିରେ, ପୁଅର ଗ୍ରହ ଏବେ ଭଲ ନାହିଁ, ଘରେ ଭୀଷଣ ଅଶାନ୍ତି ଚାଲିଛି ଏଭଳି କିଛି କଥା କହି ମହିଳାଙ୍କ ବିଶ୍ବାସ ଜିତିଥିଲେ। ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦୁର୍ବୃତ୍ତମାନେ ତନ୍ତ୍ରମନ୍ତ୍ର କଥା କହି ସୁନୀତାଙ୍କୁ ଜାଲରେ ପକାଇଥିଲେ। ପରେ ଜଣେ ଦୁର୍ବୃତ୍ତ ନିଜ ପକେଟରୁ ରୁମାଲ ବାହାରି ସୁନୀତାଙ୍କୁ ଦେଖାଇଥିଲେ। ହାତରେ ପିନ୍ଧିଥିବା ୨ଟି ସୁନା ଚୂଡ଼ିକୁ ସେହି ରୁମାଲରେ ରଖି ପଛକୁ ନଚାହିଁ ୧୦୦ ପାଦ ଆଗକୁ ଯିବା ପାଇଁ ଦୁର୍ବୃତ୍ତମାନେ କହିଥିଲେ।

ଦୁର୍ବୃତ୍ତଙ୍କ କହିବା ମୁତାବକ ସୁନୀତା ସେମାନଙ୍କ ସବୁ ସର୍ତରେ ରାଜି ହୋଇ ୪୦ ଗ୍ରାମ୍‌ର ୨ଟି ସୁନା ଚୂଡ଼ି ରୁମାଲରେ ରଖିଥିଲେ। ପଛକୁ ନଚାହିଁ ୧୦୦ ପାଦ ଚାଲିଚାଲି ଯାଉଥିବାବେଳେ ହଠାତ୍‌ ତାଙ୍କ ମନ ଭିତରେ ସନ୍ଦେହ ହେବାରୁ ସେ ପଛକୁ ବୁଲି ଦେଖିଥିଲେ। ସେତେବେଳକୁ ଦୁଇ ଯୁବକ ସୁନା ଚୂଡ଼ି ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ମହିଳା ଜଣକ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିଭଳି ଜୁଲାଇ ୧୭ ତାରିଖ ଛେଣ୍ଡ କଲୋନି ଏମ୍‌ (ଫେଜ୍‌ -୧) ବ୍ଲକର ମହିଳା ଜଣକ ସବୁଦିନ ପରି ସେଦିନ ସକାଳ ପ୍ରାୟ ୮ଟାରେ ପୁଅକୁ ଛାଡ଼ିବା ପାଇଁ ସ୍କୁଲ ଯାଇଥିଲେ। ମହିଳା ଜଣକ ଘରକୁ ଫେରୁଥିବାବେଳେ ୨ଜଣ ଯୁବକ ତାଙ୍କୁ ଅଟକାଇ ଘର କିଛି ସମସ୍ୟା ସଂପର୍କରେ ପଚାରିଥିଲେ। ପରେ ତାଙ୍କୁ ତନ୍ତ୍ରମନ୍ତ୍ର କଥା କହି ଜାଲରେ ପକାଇଥିଲେ ଲକ୍ଷ୍ମୀ ତୁମ ପାଖକୁ ଆସିବା ପାଇଁ ଚାହୁନାହାନ୍ତି ବୋଲି ଦୁର୍ବୃତ୍ତମାନେ କହିଥିଲେ। ଏଥିରୁ ମୁକ୍ତି ପାଇବା ପାଇଁ ପିନ୍ଧିଥିବା ସୁନା ଚେନା, ହାତ ସୁନା ମୁଦି ଓ କାନଫୁଲକୁ ରୁମାଲରେ ଥୋଇ କର୍ପୂର ଆଣିବା ପାଇଁ ପାଖ ଦୋକାନକୁ ମହିଳାଙ୍କୁ ପଠାଇଥିଲେ ଦୁର୍ବୃତ୍ତ। ମହିଳା ଜଣକ କର୍ପୁର ପାଇଁ ଯାଉଥିବାବେଳେ ସନ୍ଦେହ ହେବାରୁ ପଛ ଦେଖିଥିଲେ। ସେତେବେଳକୁ ଦୁଇ ଯୁବକ ସୁନା ଅଳଙ୍କାର ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ପୂର୍ବରୁ ଏଭଳି ନିଆରା ଢଙ୍ଗରେ ଲୁଟ୍‌ ହୋଇଥିଲା। ସେକ୍ଟର-୨୧ ଦିପ୍ତୀ ହୋଟେଲ ନିକଟରେ ଜଣେ ଯୁବକ ସିଆର୍‌ଏଫ୍‌ ଯବାନ ପରିଚୟ ଦେଇ ସୁନା ଗହଣା ଲୁଟି ନେଇଥିଲେ। ସେମିତି ଡେଲିମାର୍କେଟରେ ପୁଲିସ ପରିଚୟ ଜଣେ ଯୁବକ ମହିଳାଙ୍କ ଠାରୁ ସୁନା ଚେନ୍‌ ଲୁଟି ନେଇଥିଲେ। ଲୁଟେରମାନେ ଲୁଟ୍‌ର ତରିକା ବଦଳାଉଥିବା, ସେମାନଙ୍କୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।