ମନୋରଞ୍ଜନ ରାଜ୍ୟ

ସୁନନ୍ଦାଙ୍କ ହାତ ଧରିଲେ ପ୍ରଜ୍ଞା, ବାହାଘର ଦେଖିବାକୁ ଲୋକଙ୍କ ଗହଳି

ଭୁବନେଶ୍ୱର ୨୬।୦୧ : ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟା ଅଭିନେତା ପ୍ରଜ୍ଞା ରଂଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି ।

ଖବର ଅନୁଯାୟୀ, ବରଯାତ୍ରୀଙ୍କ ସହ ପ୍ରଜ୍ଞା ବର ବେଶରେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣ ପଡ଼ିଆରେ ପହଞ୍ଚିଥିଲେ । ବାଣ ରୋସଣି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏକଜୁଟ୍‌ ହୋଇ ଯାଇଥିଲେ । ପ୍ରଜ୍ଞାଙ୍କୁ ବର ବେଶରେ ଦେଖିବା ପରେ କୌଣସି ସିରିଏଲ୍‌ ସୁଟିଂ ହେଉଥିବା ଭାବି ଧୀରେ ଧୀରେ ଜନଗହଳି ବଢ଼ିଥିଲା । ପ୍ରଜ୍ଞା ବରଯାତ୍ରୀଙ୍କୁ ଧରି ବାଘବୁଦା ପଡ଼ିଆରେ ଥିବା ରାଜକନିକା ଆଥ୍‌ଲେଟିକ୍‌ ଆସୋସିଏସନ୍‌ ଆଡ଼କୁ ମୁହାଁଇଥିଲେ ।

ଆଥ୍‌ଲେଟିକ୍‌ ଆସୋସିଏସନ୍‌ ସମ୍ମୁଖରେ ପୂର୍ବରୁ ସବୁ ପ୍ରସ୍ତୁତି ସରିଥିଲା । ଅଧିକ ଭିଡ଼ ହେବା ଆଗରୁ ଟେଣ୍ଟ୍‌କୁ ଭିତରପଟୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇ ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ସଂପନ୍ନ କରାଯାଇଥିଲା । ଅଭିନେତାଙ୍କ ବିବାହ ଖବର ପ୍ରଚାର ପରେ ଲୋକଙ୍କ ଭିଡ଼ ବଢ଼ିଥିଲା, ଯାହାକୁ ଦେଖି କୋଭିଡ୍‌ କଟକଣା ମାନି ସହଯୋଗ କରିବାକୁ ପ୍ରଜ୍ଞାନଙ୍କ ବଡ଼ଭାଇ ପ୍ରଣିପାତ ଖଟୁଆ ସମସ୍ତଙ୍କୁ ନିବେଦନ କରିଥିଲେ । କିଛି ଦିନ ତଳେ ପ୍ରଜ୍ଞା ଓ ସୁନନ୍ଦାଙ୍କ ବିବାହ ସ୍ଥିର ହୋଇଥିଲା । ହଠାତ୍‌ ଆଜି ରାଜକନିକାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ପ୍ରଜ୍ଞା ରଞ୍ଜନ ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳର ବଳରାମ ପରିଡ଼ାଙ୍କ ଝିଅ ସୁନନ୍ଦାଙ୍କୁ ବିବାହ କରିଛନ୍ତି । କୋଭିଡ୍‌ କଟକଣା ଯୋଗୁଁ ଏହି ହାଇପ୍ରୋଫାଇଲ୍‌ ବିବାହକୁ ଅଳ୍ପ ଲୋକଙ୍କ ଭିତରେ ସୀମିତ କରାଯାଇଥିଲା । ବଳରାମ ପୂର୍ବରୁ ଟେଲିକମ୍‌ ବିଭାଗରେ ରାଜକନିକାରେ ଚାକିରି କରିଥିଲେ । ତେଣୁ ଊଭୟ ଧୁଷୁରୀ ଓ ନିଶ୍ଚିନ୍ତକୋଇଲିର ମଧ୍ୟସ୍ଥଳରେ ରାଜକନିକାକୁ ବିବାହ ସ୍ଥାନ ଭାବେ ବଛା ଯାଇଥିବା ବରଘର ପକ୍ଷରୁ କୁହାଯାଇଛି । ରାଜକନିକାରେ ଓଲିଉଡ୍‌ର ଏଭଳି ଏକ ଚର୍ଚ୍ଚିତ ବିବାହ ଅଞ୍ଚଳରେ ଖୁସି ଖେଳାଇ ଦେଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ