ମନୋରଞ୍ଜନ

ସୁଟିଂ ପାଇଁ ସଜବାଜ

କୋଭିଡ୍ ସଂକ୍ରମଣରେ ମହାରାଷ୍ଟ୍ର ଏବଂ ଏହାର ରାଜଧାନୀ ମୁମ୍ବାଇ ସବୁଠୁ ଆଗରେ ଥିଲା। ମାତ୍ରାଧିକ ସଂକ୍ରମଣକୁ ଆକଳନ କରି ଏହାକୁ ଲେବେଲ୍-୩ ପର୍ଯ୍ୟାୟଭୁକ୍ତ କରାଯାଇଥିଲା। ଏବେ ଦେଖାଯାଉଛି ସଂକ୍ରମଣର ହାର କମୁଛି, ନିକଟ ଭବିଷ୍ୟତରେ ଏଠାକାର ପରିସ୍ଥିତି ଲେବେଲ-୨କୁ ଖସି ଆସିବ ବୋଲି ଆଶା କରାଯାଉଛି। ତେଣୁ ଲକଡାଉନ୍ ଓ ସଟଡାଉନ୍‌ରେ କୋହଳ କରାଯାଇ ଖୁବ୍‌ଶୀଘ୍ର ରାଜ୍ୟରେ ଅନଲକ୍ ଘୋଷଣା କରାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଫଳରେ କୋଭିଡ୍‌ କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ରହିଥିବା ସିନେମା ହଲ୍ ଏବଂ ସିନେମାର ସୁଟିଂ ପ୍ରକ୍ରିୟା ଚାଲୁ ହେବ ବୋଲି ଆଶା ପ୍ରକଟ ହେଇଛି।

ଏହା ଭିତରେ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏବଂ ସଲମାନ୍ ଖାନ୍ ଷ୍ଟାରର୍ ‘ଟାଇଗର-୩’ର ସୁଟିଂ ଆରମ୍ଭ ହେବା ବୋଲି ନିଶ୍ଚିତ ହେଇଛି। ସେମିତି ଶାହାରୁଖ୍ ଖାନ୍ ଷ୍ଟାରର୍ ‘ପଠାନ୍’, ତାପସୀ ପନ୍ନୁ ଷ୍ଟାରର୍ ‘ସାବାସ୍ ମିଠୁ’, ଅଜୟ ଦେବଗନ୍ ଷ୍ଟାରର୍ ‘ମେଡେ’, ସଞ୍ଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ‘ଗଙ୍ଗୁବାଈ କାଠିଆୱାଡ଼ି, ରଣବୀର କପୁର-ଆଲିଆ ଭଟ୍ଟ ଷ୍ଟାରର୍ ‘ବ୍ରହ୍ମାସ୍ତ୍ର’ ଏବଂ ପ୍ରଭାସ-କ୍ରୀତି ସାନୋନ ଅଭିନୀତ ‘ଆଦିପୁରୁଷ’ର ବାକିଥିବା ସୁଟିଂ ସିଡ୍ୟୁଲ୍ ଆରମ୍ଭ ହେଇଯିବ ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ