ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁକିନ୍ଦାରେ ସଂଗଠନ ସଜାଡୁଛି କଂଗ୍ରେସ

କାଳିଆପାଣି: ରାଜ୍ୟରେ ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ସ୍ପଷ୍ଟଚିତ୍ର ମିଳୁନାହିଁ। ଏଭଳି ସ୍ଥିତିରେ ସୁକିନ୍ଦାରେ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସ ଦଳ ସଂଗଠନ ସଜାଡ଼ିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ସଂପୃକ୍ତ ସଭାପତି ଓ ସଂଗଠକମାନଙ୍କ ପକ୍ଷରୁ ନିର୍ବାଚନମଣ୍ଡଳୀର ୮, ୯, ୧୦ ଓ ୩୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଛି। ଯାହାକି, କର୍ମୀଙ୍କ ଉତ୍ସାହ ବୃଦ୍ଧିରେ ସହାୟକ ହୋଇଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ, ଏହି ସମ୍ମିଳନୀରେ ଏଆଇସିସି ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ ଓ ପ୍ରଦେଶ କଂଗ୍ରେସ କମିଟିର ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଅନୁପ ନାୟକ ଯୋଗଦେଇ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ୪ ଜୋନ୍‌ସ୍ତରୀୟ ସଭାପତି ଦାମୋଦର ପୁହାଣ, ବୀରକି‌ଶୋର ସାହୁ, କଳ୍ପତରୁ ଧଳ ଓ ମନୋଜ କୁମାର ନାଥ ବୈଠକ ପରିଚାଳନା କରିଥିଲେ। ଏହି ଅବସରରେ ନଡ଼ିଆଭଙ୍ଗା ପଞ୍ଚାୟତ ମଣ୍ଡପଡ଼ା‌ରେ ପୁରୁଖା ସଂଗଠକ ଚକ୍ରଧର ବେହେରା ଓ ପଙ୍କପାଳ ପଞ୍ଚାୟତ ଅସନବାହାଳିରେ ରାଛିପୁରର ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ସାହୁଙ୍କ ପୁଅ ଶ୍ରମିକନେତା ସୁଧାଂଶୁ ଶେଖର ସାହୁ ଦଳରେ ଯୋଗଦେଇଥିଲେ। ଏହାପୂର୍ବରୁ ଗତ ୬ ତାରିଖ ଦିନ ୨୦୦୯ରେ ବହୁଜନ ସମାଜ ପାର୍ଟିରୁ ସୁକିନ୍ଦାରେ ବିଧାୟକ ପ୍ରାର୍ଥୀ ‌ହୋଇଥିବା ଗୀତାଞ୍ଜଳି ମହାନ୍ତ ଓ ଅବସରପ୍ରାପ୍ତ ସେନା କର୍ମଚାରୀ କରୁଣାକର ମହାନ୍ତ ଭୁବନେଶ୍ବରଠାରେ କଂଗ୍ରେସ ଭବନରେ ଦଳରେ ସାମିଲ୍‌ ହୋଇଥିଲେ। ଫଳରେ, କଂଗ୍ରେସ ନିର୍ବାଚନ ପାଇଁ ଖୁବ୍‌ ସନ୍ତର୍ପଣରେ ଗୋଟିଚାଳନା କରୁଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଏହି ନିର୍ବାଚନମଣ୍ଡଳରରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ପାଇଁ ଅନ୍‌ଲାଇନ୍‌ ଯୋଗେ ୨୫ ଜଣ ଆବେଦନ କରିଥିଲେ। ତେବେ, ବ୍ୟକ୍ତିତ୍ବ ଓ ଜନ ସମର୍ଥନ ଆଧାରରେ ମହେନ୍ଦ୍ର କୁମାର ଦାଶ, ଇଂ. ବିଭୂଭୂଷଣ ରାଉତ, ରାଇଚରଣ ମହାନ୍ତି, ଇଂ. କୃପାସିନ୍ଧୁ ସାମନ୍ତରାୟ, ସୁରଜିତ ରାଉତ ଓ ସେକ୍ ବଦରୁଦ୍ଦିନଙ୍କ ନାମକୁ ନେଇ ଆଲୋଚନା ହୋଇଥିବା ଶୁଣାଯାଉଛି। ସେହିପରି ଯାଜପୁର ସାଂସଦ ପାଇଁ ଆବେଦନ କରିଥିବା ୪୫ ଜଣଙ୍କ ମଧ୍ୟରୁ ଦୁର୍ଯ୍ୟୋଧନ ବେ‌ହେରା, ମାନସ ଜେନା, ଆଲୋକ କୁମାର ଜେନା ଓ ମାନସ ମଲିକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେଲେ ଶରତ ରାଉତ ପୁଣି ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅଧିକାଂଶ କର୍ମୀ ମତ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।