ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସୀମାନ୍ତ ଗାଁକୁ ମାଡି ପାରୁନି ବିକାଶ, ୭ ଗାଁରେ ଆନ୍ଧ୍ରର ଅନାଧିକାର ପ୍ରବେଶ

କୋରାପୁଟ:ବର୍ଷ ବର୍ଷ ଧରି ଓଡ଼ିଶା ସହ ରହିଲେଣି। ଓଡ଼ିଆ କହିବା ଠାରୁ ଆରମ୍ଭ କରି ମତଦାନରେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ହେଲେ ସମସ୍ୟା ଦେହ ଚର। ଖରାଦିନେ ଉତ୍କଟ ପାଣି ସମସ୍ୟା, ବର୍ଷକ ବାରମାସ ବିଦ୍ୟୁତ ଓ ନେଟ୍‌ଓ୍ବାର୍କ ସମସ୍ୟା। ଏହାସହ ବିଦ୍ୟାଳୟକୁ ଶିକ୍ଷକ ଆସୁ ନ ଥିବାବେଳେ ପିଲାମାନେ ଅ..ଆ ଛାଡି ଏବେ ତେଲଗୁର ଅ..ଆ.. ପଢୁଛନ୍ତି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପରେ ତଳଗୋଲ୍ଲୁର ପଞ୍ଚାୟତରେ ପଶି ଆନ୍ଧ୍ର ବଣ୍ଟିଥିଲା ଜଙ୍ଗଲ ଜମି ପଟ୍ଟା, ଦେଇଥିଲା ରାସନ କାର୍ଡ। ଏହାସହ ଭତ୍ତା ଓ ପିଲାଙ୍କୁ ନେଇ ପାଚିପେଣ୍ଟାରେ ପଢାଇଥିଲା। ଏବେ ତାହା ପଡିଶା ଗ୍ରାମପଞ୍ଚାୟତ ପ୍ରା୍ରୟ ୨୦ କିଲୋମିଟର ଭିତରକୁ ପ୍ରବେଶ କରି ଆମ୍ଫାବାଲିରେ ପ୍ରବେଶ କରିଛନ୍ତି ଆନ୍ଧ୍ର। ଏହି ପଞ୍ଚାୟତ ଅନ୍ତର୍ଗତ ସପରେଇଗୁଡା, ଜାମୁଗୁଡା, ସିଡିମେଟୁ, ପଣସଗୁଡା, ଏରାମାଟିଗୁଡା,ଟାଟାମାଉଡି ଓ ଝିଙ୍କରଗୁଡାରେ ଅନାଧିକାର ଅନୁପ୍ରବେଶ କରିଛି ଆନ୍ଧ୍ର। ଏହିଠାରେ ରହିଥିବା ୬୦୦ରୁ ଅଧିକ ପରିବାରଙ୍କୁ ଦେଇଛି ରାସନକାଡ, ଆନ୍ଧ୍ରର ଆଧାରକାଡ, ଜଙ୍ଗଲ ଜମି ପଟ୍ଟା, ‌ଭୋଟରକାର୍ଡ, ଆମ୍ମାବାଡି ଯୋଜନା ସହ ଶିଶୁରୁ କିଶୋର କିଶୋରୀଙ୍କୁ ନେଇ ପାଚିପେଣ୍ଟାରେ ପଢାଉଥିବା ଜଣାପଡିଛି।

ତେବେ ସବୁଠୁ ବଡ କଥା ଏହି ଗାଁ ଗୁଡିକରେ ବିଦ୍ୟୁତ ସେବା ଅପହଞ୍ଚ ରହିଥିବାବେଳେ ଏରାମାଟିଗୁଡାରୁ ଟାଟାମାଉଡିକୁ ଯୋଡୁଥିବା ରାସ୍ତା ନାହିଁ। ଘାଟିରାସ୍ତାରେ ପ୍ରତିଦିନ ଜୀବନ ସହ ଖେଳି ଯିବା ଆସିବା କରୁଛନ୍ତି ଗାଁ ଲୋକେ । ପଣସଗୁଡାରୁ ସିଡିମେଟୁକୁ ରାସ୍ତା ନ ଥିବାବେଳେ ଆନ୍ଧ୍ର ଆସି ନିଜ ଯୋଜନା ବାଣ୍ଟିଯାଇଛି। ଜାମୁଗୁଡାରେ ନାହିଁ ନ ଥିବା ପାନୀୟ ଜଳ ସମସ୍ୟା ରହିଥିବାବେଳେ ବିଦ୍ୟୁତ ସମସ୍ୟା, ନେଟୱାର୍କ ଓ ସ୍କୁଲ ନ ଥିବା ଜଣାପଡିଛି। କିଛିଅଞ୍ଚଳରେ ଆନ୍ଧ୍ର ସରକାର ଅନାଧିକାର ପ୍ରବେଶ କରି ପାନୀୟ ଜଳ ଯୋଗାଣ କରିଛି। ନୂତନ ଭାବେ ମାନ୍ୟମ ଜିଲ୍ଲା ଗଠନ ପରେ ଆନ୍ଧ୍ରର ଉପନିବେଶବାଦ ଆଶାତିତ ଭାବେ ବୃଦ୍ଧି ପାଇଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ ତଳଗୋଲ୍ଲୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗାରୁଗୁଡିରେ ୧୩ କିଲୋମିଟର ଓଡ଼ିଶା ସୀମାକୁ ପ୍ରବେଶ କରି ଦେଇଛି ବିଦ୍ୟୁତ ସଂଯୋଗ। ଖାଲି ଯେ ବିଦ୍ୟୁତ ସେବା ତାହା ନୁହେଁ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଖାଉଟି କାର୍ଡ, ଜଙ୍ଗଲ ଜମି ପଟ୍ଟା, ପ୍ରତି ଆଧାରକାର୍ଡ ଧାରୀଙ୍କୁ ଭତ୍ତା, ବାସଗୃହ ଓ ପାନୀୟ ଜଳ। ଏହି ବ୍ଲକର କୋଟିଆ ଗ୍ରାମପୁଞ୍ଚକୁ ଆନ୍ଧ୍ର ସରକାର ଆକ୍ତିଆର କରି ବିଭିନ୍ନ ସରକାରୀ ଯୋଜନା ଯୋଗାଉଥିବାବେଳେ ନିର୍ବାଚନ କରାଇ ନେଇଥିଲା। ଏହାକୁ ନେଇ ଓଡ଼ିଶା ସରକାର ଆନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିବାବେଳେ ଫଳାଫଳକୁ ଅପେକ୍ଷା କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।