ରାଜ୍ୟ

ସୀମାନ୍ତରେ ନକ୍ସଲ ଗୁଳିରେ ପୁଣି ଦୁଇ ଯବାନ ସହିଦ, ସର୍ଚ୍ଚ ଅପରେସନ ଜାରି

ରାଉରକେଲା: ପବିତ୍ର ସ୍ୱାଧୀନତା ଦିବସରେ ନସ୍କଲମାନେ ପୁଣି ହିଂସାକାଣ୍ଡ ଘଟଣାଇଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ସଂଘବଦ୍ଧ ହୋଇ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳିବର୍ଷା କରିଛନ୍ତି। ନସ୍କଲଙ୍କ ଗୁଳିରେ ସୋମବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଇନ୍ସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାର।

ସୂଚନା ଅନୁସାରେ ଝାଡ଼ଖଣ୍ଡ ଜାଗୁଆରର ଯବାନମାନେ ନସ୍କଲବିରୋଧୀ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ନସ୍କଲମାନେ ସଂଘବଦ୍ଧ ହୋଇ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନମାନେ ଗୁଳି ଚଳାଇଥିଲେ। ହେଲେ ନସ୍କଲଙ୍କୁ ସଠିକ୍‌ ଭାବରେ ମୁକାବିଲା କରିପାରି ନଥିଲେ। ଫଳରେ ନକ୍ସଲଙ୍କ ଗୁଳିମାଡ଼ରେ ଦୁଇ ଯବାନ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ଦୁଇ ଯବାନଙ୍କ ସହିଦ ପରେ ଚାଇବସା କ୍ୟାମ୍ପରେ ସ୍ୱାଧୀନତା ଦିବସରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଅନ୍ୟପକ୍ଷରେ ନକ୍ସଲମାନଙ୍କୁ ମୁକାବିଲା କରିବା ପାଇଁ ଝାଡ଼ଖଣ୍ଡ ଜାଗୁଆର ତରଫରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାଯୋଗ୍ୟ, ଗତ ପାଞ୍ଚ ଦିନ ତଳେ ନସ୍କଲ ଗୁଳିରେ ଜଣେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ। ଅନ୍ୟ ଜଣେ ଯବାନ ମୁନ୍ନାଲାଲ ଯାଦବ ଗୁରୁତର ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।