ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ସୀତାଙ୍କ ପାଇଁ ଲକ୍ଷ୍ମଣ ଖୋଲିଥିଲେ କୁଣ୍ଡ, ସେବେଠାରୁ ପାଳନ ହେଉଛି ଦେବରକୁଣ୍ଡ ମେଳା

ଭଦ୍ରକ ୧୨/୦୨: ପବିତ୍ର ଭୈମ ଏକାଦଶୀରୁ ଆରମ୍ଭ ହୁଏ ଦେବର କୁଣ୍ଡ ମେଳା । କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ପିତା ଦଶରଥଙ୍କ ଆଦେଶ ଅନୁସାରେ ପ୍ରଭୁ ରାମ ଓ ସୀତା ୧୪ ବର୍ଷ ବନବାସ ସମୟରେ ମାଆ ସୀତାଙ୍କ ସ୍ନାନ ପାଇଁ ଦେବର ଲକ୍ଷ୍ମଣ ନିଜର ଶର ମୁନରେ ସୃଷ୍ଟି କରିଥିଲେ ସେହି କୁଣ୍ଡ । ଆଉ ସେଥିପାଇଁ ସେହି କୁଣ୍ଡକୁ କୁହାଯାଏ ସୀତା କୁଣ୍ଡ ବା ଦେବରକୁଣ୍ଡ ।

ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି କୁଣ୍ଡରେ ସ୍ନାନ କଲେ ରୋଗ ଶୋକ ଦୂର ହେବା ସହ ପାପ କ୍ଷୟ ହୋଇଥାଏ ବୋଲି ଲୋକ ବିଶ୍ବାସ ରହିଛି । ତେବେ କରୋନା କଟକଣା ମଧ୍ୟ ପାଳିତ ହେଉଛି ଭଦ୍ରକର ଦେବର କୁଣ୍ଡ ମେଳା । ୧୨ ଦିନ ଧରି ଚାଲେ ଏହି ମେଳା । ବହୁ ଦୂର ଦୂରାନ୍ତରୁ ବ୍ୟବସାୟୀ ମାନେ ଧାଇଁ ଆସନ୍ତି ଏହି ମେଳାକୁ ।

ଭଦ୍ରକ ବ୍ୟତୀତ ଭଦ୍ରକ ବାହାର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟି ଆସନ୍ତି । ଘର କରଣା ଜିନିଷ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ଏଠାରେ ମିଳେ । ଭଳି ଭଳି ସୁସୁଆଦୁ ଖାଦ୍ୟ ଏଠାରେ ମିଳେ । ତେବେ କାରୋନା କଟକଣା ମଧ୍ୟ ମେଳା ପାଳିତ ହେଉଛି । କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଲୋକଙ୍କୁ ସାନିଟାଇଜର ବଣ୍ଟନ କରିବା ସହ ମାସ୍କ ବ୍ୟବହାର ପାଇଁ ଅନୁରୋଧ କରୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ