ଖେଳ ଦେଶ ବିଦେଶ

ସିରିଜ୍ ଜିତିବା ପରେ ଭାରତୀୟ ଦଳକୁ ବଡ ଝଟକା, ସମସ୍ତ ଖେଳାଳିଙ୍କ ଉପରେ ଲାଗିଲା ଜରିମାନା

ନୂଆଦିଲ୍ଲୀ,୨୨/୩: ଭାରତ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ବିଜୟ ଲାଭ କରିଛି । କିନ୍ତୁ ଦଳକୁ ଏକ ବଡ ଝଟକା ଲାଗିଛି । ଦଳର ସମସ୍ତ ଖେଳାଳିଙ୍କ ଉପରେ ଜରିମାନା ଲାଗିଛି । ମନ୍ଥର ବୋଲିଂ କାରଣରୁ ଖେଳାଳିଙ୍କ ମ୍ୟାଚ୍ ଫି ୪୦ ପ୍ରତିଶତ କଟିଛି । କାରଣ ଦଳ ନିର୍ଣ୍ଣାୟକ ମୁକାବିଲାରେ ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ୨ ଓଭର କମ୍ ବୋଲିଂ କରିଥିଲା ।

ସିରିଜରେ ଦ୍ୱିତୀୟ ଥର ପାଇଁ କୋହଲିଙ୍କ ନେତୃତ୍ୱାଧିନ ଟିମ୍ ଉପରେ ଜରିମାନା ଲାଗିଛି । ଏହାପୂର୍ବରୁ ଦ୍ୱିତୀୟ ଟି୨୦ରେ ଦଳ ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ୧ ଓଭର କମ୍ ବୋଲିଂ କରିଥିଲା । ମ୍ୟାଚ୍ ରେଫରୀ ଓ ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଜାଭାଗଲ ଶ୍ରୀନାଥ ଏହି ଜରିମାନା ଲଗାଇଛନ୍ତି ।

ଆଇସିସି ଏକ ବୟାନ ଜାରି କରି କହିଛି ଯେ, ଖେଳାଳି ଓ ସହଯୋଗୀ ଷ୍ଟାଫ୍ ଆଇସିସି ଆଚାର ସଂହିତାର ଅନୁଚ୍ଛେଦ ୨.୨୨ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରତି ଓଭରରେ ଧିମା ବୋଲିଂ ପାଇଁ ୨୦ ପ୍ରତିଶତ ଜରିମାନା ଲାଗୁ ହୁଏ । ଭାରତ ୨ ଓଭର ମନ୍ଥର ବୋଲିଂ କରିଛି । ତେଣୁ ୪୦ ପ୍ରତିଶତ ମ୍ୟାଚ୍ ଫି କଟିଛି ।

ଫିଲ୍ଡ ଅମ୍ପାୟାର ଅନିଲ ଚୌଧରୀ, ନୀତିନ ମେନନ ଓ ତୃତୀୟ ଅମ୍ପାୟାର କେଏନ ଅନନ୍ତପଦ୍ମନାଭନ ଏନେଇ ମ୍ୟାଚ୍ ରେଫରୀଙ୍କୁ ଅଭିଯୋଗ କରିଥିଲେ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଜରିମାନା ସ୍ୱୀକାର କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ