ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସିରମ୍‌ରେ କେମିତି ଚାଲିଛି ‘କୋଭିସିଲ୍‌ଡ’ର ପ୍ରସ୍ତୁତି

ପୁଣେ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ କୋଭିଡ୍‌ ଟିକାକୁ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ କୋଭିସିଲ୍‌ଡ ନାମରେ ପ୍ରସ୍ତୁତ କରୁଛି। ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଏହାକୁ ଖୁବ୍‌ ଶୀଘ୍ର ଅନୁମତି ମିଳିବାର ସମ୍ଭାବନା ରହିଛି। ସେଥିପାଇଁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଯଥେଷ୍ଟ ଆଗରୁ ହିଁ ଟିକା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଟିକାର ପ୍ରସ୍ତୁତି ପ୍ରଣାଳୀ ସାଙ୍ଗକୁ ଏହାର ପରିବହନ ଅନୁକୂଳ ପ୍ୟାକେଜିଂ ଆଦି ଖୁବ୍‌ ସତର୍କତାର ସହ ସ୍ବୟଂକ୍ରିୟ ଭାବେ କରାଯାଉଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜଣାଯାଇଛି। ପ୍ରଥମେ ଟିକା ଭର୍ତ୍ତି ହେବାକୁ ଥିବା ଫମ୍ପା ଶିଶି ବା ଭାୟାଲଗୁଡ଼ିକ ଅତ୍ୟୁଚ୍ଚ ଜଳଚାପରେ ଶୋଧନ କରାଯିବା ସହ ସେଗୁଡ଼ିକୁ ଏକ ନିବୁଜ ସୁଡ଼ଙ୍ଗ ବା ଟନେଲ୍‌ ଭିତରେ ଅତ୍ୟୁଚ୍ଚ ତାପମାତ୍ରାରେ ଜୀବାଣୁମୁକ୍ତ(ଷ୍ଟରିଲାଇଜ୍‌ଡ) କରାଯାଉଛି। ଏପରି ଭାବେ ଭାୟାଲଗୁଡ଼ିକ ସାମାନ୍ୟତମ ପ୍ରଦୂଷିତ ହେବାର ଆଶଙ୍କାକୁ ମଧ୍ୟ ଦୂର କରିଦିଆଯାଉଛି।

ଅପରପକ୍ଷେ, ଦୂଷିତ ହେବାରୁ ଦୂରେଇ ରଖିବା ଲାଗି ସେଗୁଡ଼ିକୁ କୌଣସି ମତେ ମାନବ ସଂସ୍ପର୍ଶରେ ଅଣାନଯାଇ ସବୁକିଛି ସ୍ବୟଂକ୍ରିୟ ପଦ୍ଧତିରେ କରାଯାଉଛି। ଶିଶିଗୁଡ଼ିକ ଏପରି ଶୋଧିତ ଓ ଜୀବାଣୁମୁକ୍ତ ହେବା ପରେ ଏକ ଯନ୍ତ୍ର ଦ୍ବାରା ସେଥିରେ ଏକ ରବର ଠିପି ଏବଂ ତାକୁ ଚାପି ରଖିବା ଲାଗି ଆଲୁମିନିୟମ୍‌ ପାତର ଘୋଡ଼ଣି ଲଗାଯାଉଛି। ତାପରେ ସେଗୁଡ଼ିକ ସ୍କ୍ରିନିଂ ମେସିନ୍‌ ଦ୍ବାରା ନିର୍ଦ୍ଦିଷ୍ଟ ମାନ ଆଧାରରେ କାହାକୁ ଗ୍ରହଣ କରାଯାଉଛି ତ କାହାକୁ ନାକଚ କରିଦିଆଯାଉଛି। ଏହାପରେ ନିର୍ଦ୍ଦିଷ୍ଟ ପରିମାଣର ଟିକାକୁ ଉକ୍ତ ବଛା ବଛା ଶିଶିରେ ଭର୍ତ୍ତି କରାଯାଉଛି। ବର୍ତ୍ତମାନ ମିନିଟ୍‌ ପିଛା ୫,୦୦୦ ଶିଶିରେ ଟିକା ଭର୍ତ୍ତି କରାଯାଉଥିବା ବେଳେ ଫେବ୍ରୁଆରି ବେଳକୁ ଏହାର ଦୁଇଗୁଣ ବେଗରେ ଟିକା ଭର୍ତ୍ତି କରାଯିବ ବୋଲି କମ୍ପାନିର ସିଇଓ ଆଦର ପୁନାଵାଲା କହିଛନ୍ତି। ଗୋଟିଏ ଶିଶିରେ ଟିକାର ଦଶଟି ମାତ୍ରା ରହୁଥିବା ବେଳେ ଥରେ ଉକ୍ତ ଶିଶି ବା ଭାୟାଲ ଖୋଲିଲେ ଚାରିରୁ ପାଞ୍ଚ ଘଣ୍ଟା ଭିତରେ ତାହାକୁ ବ୍ୟବହାର କରିବାକୁ ହେବ ବୋଲି ସେ କହିଛନ୍ତି। ସେହିପରି ଏହି ସବୁ ଶିଶିକୁ ୨ ଡିଗ୍ରିରୁ ୮ ଡିଗ୍ରି ସେଲସିଅସ ତାପମାତ୍ରା ଭିତରେ ସଂରକ୍ଷିତ କରି ରଖିବାକୁ ପଡୁଛି। କମ୍ପାନିରେ ରହିଥିବା ଶୀତଳୀକୃତ ଗୋଦାମ ଘରେ ୨,୦୦୦ କୋଟି ଟଙ୍କାର ଭାୟାଲ ରଖିହେବ ବୋଲି ପୁନାଵାଲା ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ