ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସିମେଣ୍ଟ ବସ୍ତା ତଳେ ଚାପି ହୋଇଗଲେ ୩୦ ଶ୍ରମିକ, ୪ ଗୁରୁତର

ବାଲେଶ୍ୱର,୧୩/୦୩: ସିମେଣ୍ଟ ବସ୍ତା ଖସି ୪ ଶ୍ରମିକ ଗୁରୁତର । ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଗୁରୁତର ଶ୍ରମିକମାନେ ହେଉଛନ୍ତି ବସ୍ତା ଥାନା ଉଲଡା ଗ୍ରାମର ଗଙ୍ଗାଧର ଦଳେଇଙ୍କ ପୁଅ କାର୍ତ୍ତିକ(୩୨), ରୁପ୍‌ସା ଥାନା ତାହାରପୁର ଗ୍ରାମର ବ୍ରଜମୋହନ ସେନାପତିଙ୍କ ପୁଅ ରମେଶ(୨୭) ଓ କାର୍ତ୍ତିକ ଚନ୍ଦ୍ର ବାରିକ(୩୫), ଦୁର୍ଗାପୁର ଗ୍ରାମର ଗୁରୁ ସିଂ (୩୮) । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଗୁରୁବାର ବାମଡ଼ାଠାରେ ଥିବା ଏକ ସିମେଣ୍ଟ ଗୋଦାମରେ ଶ୍ରମିକମାନେ କାର୍ଯ୍ୟ କରୁଥିଲେ । ଏତିକିବେଳେ ଥାକମରା ହୋଇଥିବା ସିମେଣ୍ଟ ବସ୍ତା ଖସି ପଡ଼ିଥିଲା । ଫଳରେ ଶ୍ରମିକମାନେ ସିମେଣ୍ଟ ବସ୍ତା ତଳେ ଚାପି ହୋଇ ଯାଇଥିଲେ ।

ପ୍ରାୟ ୩୦ରୁ ଅଧିକ ଶ୍ରମିକ ବସ୍ତା ତଳେ ରହି ଯାଇଥିଲେ । କୌଣସି ପ୍ରକାରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରୁପ୍‌ସା ଡାକ୍ତରଖାନାକୁ ତୁରନ୍ତ ନିଆଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚକିତ୍ସାଳୟକୁ ପଠାଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ