ରାଜ୍ୟ ସ୍ପେଶାଲ ରିପୋର୍ଟ

ସିବିଏସ୍‌ଇ ପରୀକ୍ଷାର୍ଥୀଙ୍କ ପାଇଁ ମନସ୍ତାତ୍ତ୍ବିକ କାଉନସେଲିଂ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ଭୁବନେଶ୍ବର : କୋଭିଡ୍‌ ସ୍ଥିତିରେ ଉନ୍ନତି ଆସିଛି। ତେଣୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ନିୟମିତ ଭାବେ ଫିଜିକାଲ୍‌ ମୋଡ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। ଦୁଇବର୍ଷ ପରେ ପିଲାମାନେ କ୍ଲାସରୁମ୍‌ରେ ବସି ପରୀକ୍ଷା ଦେବେ। ତେଣୁ ଛାତ୍ରଛାତ୍ରୀ ‌ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବୋର୍ଡ ପକ୍ଷରୁ ସମ୍ଭାବ୍ୟ ପ୍ରଶ୍ନପତ୍ର, ପରୀକ୍ଷା ପଦ୍ଧତି, ମାର୍କ ସମ୍ପର୍କରେ ୱେବସାଇଟ୍‌ରେ ଉଲ୍ଲେଖ କରାଯାଇଛି।

ତେବେ ପରୀକ୍ଷାର୍ଥୀଙ୍କୁ ମାନସିକ ସହାୟତା ଓ ସମସ୍ୟାଗୁଡ଼ିକର ସମାଧାନ ଲାଗି ଚଳିତ ମାସରୁ ପ୍ରଥମ ପର୍ଯ୍ୟାୟରେ ମନସ୍ତାତ୍ତ୍ବିକ କାଉନସେଲିଂ ସୁବିଧା ଉପଲବ୍ଧ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବୋର୍ଡର ଟୋଲ୍‌ ଫି’ ନମ୍ବର ୧୮୦୦-୧୧-୮୦୦୪ ମାଧ୍ୟମରେ ମାଗଣା ସୁବିଧା ପାଇପାରିବେ। ପରୀକ୍ଷା ପାଇଁ କିଭଳି ଚିନ୍ତାମୁକ୍ତ ରହିବେ, ସମୟର ଠିକ୍‌ ପରିଚାଳନା, କୋଭିଡ୍‌ରୁ କିଭଳି ମୁକାବିଲା କରିବେ, ସିବିଏସ୍‌ଇ କାର୍ଯ୍ୟାଳୟର ପ୍ରମୁଖ ଯୋଗାଯୋଗ ନମ୍ବର ଆଦି ବିଷୟରେ ହିନ୍ଦୀ ଓ ଇଂରାଜୀ ଭାଷାରେ ଦେଶର କୌଣସି ବି ପରୀକ୍ଷାର୍ଥୀ ତଥ୍ୟ ପାଇପାରିବେ। ବୋର୍ଡ ପକ୍ଷରୁ ପ୍ରତି ସୋମବାରରୁ ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୫ଟା ୩୦ ମଧ୍ୟରେ ଟେଲି-କାଉନସେଲିଂ ଅନୁଷ୍ଠିତ ହେବ। ୮୪ଜଣ କାଉନସେଲର ଛାତ୍ରଛାତ୍ରୀଙ୍କୁ ଏବର୍ଷ ସେବା ଯୋଗାଇବେ। ସେଥିମଧ୍ୟରୁ ୭୩ଜଣ ଭାରତର ହୋଇଥିବା ବେଳେ ୧୧ ଜଣ ନେପାଳ, ଓମାନ୍‌, ଜାପାନ, ୟୁଏଇ, କୁଏତ୍‌, କାତାର ଓ ସିଙ୍ଗାପୁରର ରହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।