ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର: ନୂଆବର୍ଷରୁ ଖୋଲିବ ଫିଲ୍ମ ହଲ୍

ଭୁବନେଶ୍ବର୩୦/୧୨: ଆସିଲା ଜାନୁଆରୀ ମାସର ଗାଇଡଲାଇନ୍। ସିନେମା ହଲ ଖୋଲିବାକୁ ମିଳିଛି ଅନୁମତି। ଦୀର୍ଘଦିନ ହେବ ସିନେମା ହଲ ବନ୍ଦ ରହିଥିଲା। ଜାନୁଆରୀ ମାସ ଗାଇଡଲାଇନ୍‌ରେ ସିନେମା ହଲ ଖୋଲିବାକୁ ଅନୁମିତି ମିଳିଛି। କଳାକାରମାନଙ୍କୁ ଟିକେ ଆଶ୍ବସ୍ତି ମିଳିଛି। ହଲର ସିଟିଂ କାପାସିଟି ଅନୁସାରେ ଦର୍ଶକ ବସି ପାରିବେ। ଗୋଟିଏ ହଲରେ ପ୍ରାୟ ୨୦୦ ଲୋକ ବା ୫୦ ପ୍ରତିଶତ ଦର୍ଶନ ବସି ସିନେମା ଦେଖିପାରିବେ। ମଞ୍ଚ ନାଟକ ସହ ଯାତ୍ରା ପାର୍ଟିକୁ ଅନୁମତି ମିଳିଛି। ମନୋରଞ୍ଜନ, ପାର୍କ ଖୋଲିବାକୁ ସ୍ଥାନୀୟ ପ୍ରଶାସନର ଅନୁମତି ଆବଶ୍ୟକ।

ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମିଳିଛି ଅନୁମତି। ଏହି କାର୍ଯ୍ୟକ୍ରମରେ ୨ ଶହ ଲୋକ ଏକତ୍ରିତ ହୋଇପାରିବେ। ଏହି ସ୍ଥାନମାନଙ୍କରେ ମାସ୍କ ସହ ସାନିଟାଇଜର ବାଧ୍ୟତାମୂଳକ। ସାଂସ୍କୃତିକ,ମନୋରଞ୍ଜନ ଏବଂ ଖେଳ ପାଇଁ ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ଆଣିବାକୁ ପଡିବ। ବିବାହ କାର୍ଯ୍ୟରେ ୨୦୦ ଲୋକ ସାମିଲ ହୋଇପାରିବେ। ଶବ ସତ୍କାରରେ ୧୦୦ ଲୋକ ସାମିଲ ହୋଇପାରିବେ। ଜାନୁଆରୀ ୩୧ ଯାଏଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ସ୍ବିମିଂ ଫୁଲ ଖୋଲିବାକୁ ଅନୁମିତି ମିଳିଛି। କିନ୍ତୁ ସେଠାରେ ପ୍ରଶିକ୍ଷଣ ନେଉଥିବା ବ୍ୟକ୍ତି ପ୍ରବେଶ କରି ପାରିବେ। ଏହା ବ୍ୟତୀତ ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକଣା ଜାରି ହୋଇଛି। କୌଣସି ସାର୍ବଜନୀନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ପାଳନ କରି ପାରିବେ ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ