ମନୋରଞ୍ଜନ ରାଜ୍ୟ

ସିନେପ୍ରେମୀଙ୍କ ପାଇଁ ସୁଖବର: ଭଲ ଅଛନ୍ତି, ସୁସ୍ଥ ହେଉଛନ୍ତି ଅଭିନେତା ମିହିର ଦାସ

କଟକ: ଓଡ଼ିଶାର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି। ସେ ପୂର୍ବାପେକ୍ଷା ଭଲ ଥିବାର ସୂଚନା ମିଳିଛି। ଗତକାଲି କିଛି ବିଜେପି ନେତା ମିହିର ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ଲାଗି ଯାଇଥିବାର ସୂଚନା ବି ରହିଛି। ସେମାନଙ୍କ ପ୍ରିୟ ଅଭିନେତା ଭଲ ଥିବା ଜାଣି ପ୍ରଶଂସକମାନେ ନିଶ୍ଚିତ ଖୁସି ହେଉଥିବେ।

ସୂଚନାଯୋଗ୍ୟ, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇଥିବାର ଖବର ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ମିହିର ଦାସଙ୍କର କିଡନି ଜନିତ ସମସ୍ୟା ରହିଥିଲା। ବର୍ତ୍ତମାନ ସେ କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ବିଶେଷଜ୍ଞ ଡାକ୍ତରଙ୍କର ଏକ ଟିମ୍ । ତାଙ୍କର ପ୍ରଶଂସକ ଓ ଶୁଭେଚ୍ଛୁମହ‌ଲରେ ମିହିରଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।

ଏଣେ ବଞ୍ଚି ଥାଉ ଥାଉ ଗତ ବୁଧବାର ରାତିରେ ମିହିର ଦାସଙ୍କୁ ମୃତ ଘୋଷଣା କରିଦେଇଥିଲା ୱିକିପିଡିଆ। ମିହିର ଦାସଙ୍କର ୧୪ ତାରିଖରେ ଦେହାନ୍ତ ହୋଇଯାଇଛି ବୋଲି ଏଥିରେ ଦର୍ଶାଯାଇଥିଲା। ହେଲେ ଗୁରୁବାର ପୁଣି ୱିକିପିଡିଆରେ ତ୍ରୁଟି ସଂଶୋଧନ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ତାଙ୍କୁ ଭଲ ପାଉଥିବା ପ୍ରତିଟି ମଣିଷ ଏହାକୁ ନିନ୍ଦା କରିଛନ୍ତି।

ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପୁଅ ମୋର ଭୋଳା ଶଙ୍କର’ର ଶଙ୍କର ଭଳି ନାୟକ ଭୂମିକା ହେଉ କି, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଅଭିମନ୍ୟୁ’ର କାକା ପରି ଖଳନାୟକ ଭୂମିକା, ସବୁଥିରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ମିହିର ଦାସ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏବଂ ପୁଣି ଅଭିନୟ ଜଗତରେ ସକ୍ରିୟ ହୁଅନ୍ତୁ ସିନେପ୍ରେମୀଙ୍କ ଇଚ୍ଛା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ