ଖେଳ ଦେଶ ବିଦେଶ ରାଜ୍ୟ

ସିନିୟର ମହିଳା ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ତ୍ରିପୁରାକୁ ୪୩ ରନ୍‌ରେ ହରାଇଲେ ଓଡିଶା

କଟକ୧୭।୦୩: ସିନିୟର ମହିଳା ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତ୍ରିପୁରାକୁ ପରାସ୍ତ କରିଛି ଓଡିଶା। ସୁରଟରେ ଖେଳାଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ଅଧିନାୟକ ମଧୁସ୍ମିତାଙ୍କ ଚମତ୍କାର ବୋଲିଂ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଧର୍ଯ୍ୟପୂର୍ଣ୍ମ ବ୍ୟାଟିଂ ଲାଗି ତ୍ରିପୁରାକୁ ପରାସ୍ତ କରିବାରେ ଓଡିଶା ସଫଳ ହୋଇଛି ।

ପ୍ରଥମ ଟସ୍‌ ଜିତି ଓଡିଶା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓଡିଶା ନିର୍ଦ୍ଧାରିତ ଓଭରରେ ୮ଓ୍ୱିକେଟ୍‌ ହରାଇ ୧୬୩ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଲ୍‌ରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ସର୍ବାଧିକ ୫୯ ରନ୍‌ କରିଥିବା ବେଳେ ମାଧୁରୀ ମେହେଟ୍ଟା ୨୯ ଓ କାଜଲ ଜେନା ୨୮ରନ୍‌ କରିଥିଲେ । ତେବେ ୧୬୪ରନ୍‌ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ତ୍ରିପୁରା । ଓଡିଶା ପକ୍ଷରୁ ଦିଆଯାଇଥିବା ଟାର୍ଗେଟକୁ ପିଛା କରିବାରେ ବିଫଳ ହୋଇଥିବା ତ୍ରିପୁରା । ଦଳ ମୋଟ ୪୮ଓଭରରେ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୧୨୦ରନ କରିଵାରେ ସମର୍ଥ ହୋଇଥିଲା। ଓଡିଶା ପକ୍ଷରୁ ଅଧିନାୟକ ମଧୁସ୍ମିତା ବେହେରା ସର୍ବାଧିକ ୫ଟି ୱିକେଟ ନେଇଥିଲେ । ଓଡିଶା ଏହି ମ୍ୟାଚକୁ ୪୩ ରନରେ ଜିତିନେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ଓଡିଶା ଦ୍ୱିତୀୟ ବିଜୟ। ଆଗାମୀ ମ୍ୟାଚରେ ଛତିଶଗଡ଼କୁ ଭେଟିବ ଓଡିଶା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ