ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସିନା ବୋରା ହତ୍ୟା ମାମଲା: ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମ‌ାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ନଅ ଥର ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ୨୦୧୨ରେ ହୋଇଥିବା ଏହି ହତ୍ୟାକାଣ୍ଡ ସମଗ୍ର ଦେଶ‌ରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ସିବିଆଇ ଦ୍ବାରା ଗିରଫ ହୋଇ ୨୦୧୫ରେ ଇନ୍ଦ୍ରାଣୀ ଜେଲ୍‌ ଯାଇଥିଲେ। ମାମଲାର ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଆବେଦନର ଶୁଣାଣିରେ କୋର୍ଟ କହିଥିଲେ, ସାଢ଼େ ଛଅ ବର୍ଷ ଏକ ଲମ୍ବା ଅବଧି, ପଚାଶ ପ୍ରତିଶତ ସାକ୍ଷ୍ୟ ଗ୍ରହଣ ସରିଥିଲେ ମଧ୍ୟ ନିକଟ ଭବିଷ୍ୟତରେ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବାର ନାହିଁ।

ତେଣୁ ଇନ୍ଦ୍ରାଣୀଙ୍କୁ ଜାମିନ ମିଳିଛି। ଏହି ହତ୍ୟାକାଣ୍ଡର ଅନ୍ୟ ଅଭିଯୁକ୍ତ ପିଟର ମୁଖାର୍ଜୀଙ୍କ ପାଇଁ ମଧ୍ୟ ସମାନ ସର୍ତ୍ତ ଲାଗୁ ହେବ। ଜ‌ଷ୍ଟିସ୍‌ ବି ଆର୍‌ ଗୱାଇ, ଜ‌ଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓ, ଜ‌ଷ୍ଟିସ୍‌ ଏ ଏସ୍‌ ବୋପାନ୍ନାଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ। ଇନ୍ଦ୍ରାଣୀଙ୍କୁ ହତ୍ୟାକାଣ୍ଡରେ ସାହାଯ୍ୟ କରିଥିବା ଅଭିଯୋଗରେ ପୂର୍ବତନ ସ୍ବାମୀ ସଞ୍ଜୀବ ଖାନ୍ନା, ବର୍ତ୍ତମାନର ସ୍ବାମୀ ପିଟର ମୁଖାର୍ଜୀ ଏବଂ ଡ୍ରାଇଭର ଶ୍ୟାମବର ରାୟକୁ ସିବିଆଇ ଗିରଫ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ